ଭଞ୍ଜନଗର, ୧୩/୧୨(ପିପିଟି) : ଭଞ୍ଜନଗର ସହର ଉପକଣ୍ଠ ଲାଲ ସିଂ ପଞ୍ଚାୟତ ଲଣ୍ଡେଇ ସାହି ପଞ୍ଚାୟତ ଅଫିସ ଛକ ନିକଟରେ ଆଜି ୨୪ପ୍ରହର ଅଖଣ୍ଡ ନାମ ଯଜ୍ଞ, ଅନ୍ନ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ବ ସ୍ଥାପନ କରାଯାଇଛି।ଏହା ପବିତ୍ର ମାଘ ମାସ ଅବସରରେ ଆସନ୍ତା ଜାନୁଆରୀ ୨୦ଠାରୁ ୨୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଆଜି ସକାଳେ ରୀତିନୀତି ଅନୁସାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ ହୋଇଥିଲା।ଏଥିରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳ ସମେତ କନ୍ଧମାଳ ଜିଲ୍ଲାର ବହୁ ପ୍ରତିଷ୍ଠିତ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥି ନିମନ୍ତେ ଆଜିଠାରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଏଥିରେ ଲଷ୍ମୀଧର ଗୌଡ଼, ଦିଲୀପ କୁମାର ମଳିକ,ରଞ୍ଜିତ କୁମାର ବାରିକ, ଅଶୋକ ମହାରଣା,ପ୍ରଜିତ କୁମାର ବାରିକ,ମାନସ ବାରିକ, ସୀମାଞ୍ଚଳ ପ୍ରଧାନ, ରଙ୍କନିଧି ପଣ୍ଡାଙ୍କ ସମେତ ସମସ୍ତ ସାହି ବାସିନ୍ଦା ଓ ଅନ୍ୟମାନେ ସହଯୋଗ କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)