ବୋଲଗଡ଼,୧୧/୦୭(ପିପିଟି): ବଜାରରେ ପରିବାର ଦର ଆକାଶଛୁଆଁ ରହିଥିବା ହେତୁ ବଜାରକୁ ଯିବା ପାଇଁ ଲୋକମାନେ ଭୟ କରୁଛନ୍ତି। ସତେ ଯେପରି ପରିବା ବଜାରରେ ନିଆଁ ଲାଗିଛି। କିଣିବେ କଣ ଲଗାଣ ବର୍ଷା ଏବଂ ଷ୍ଟିୟିରିଂ ଛାଡ ଆନ୍ଦୋଳନ ପାଇଁ ପରିବହନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବାରୁ ପରିବାର ଦର ବୃଦ୍ଧି ହୋଇଥିବା କୁହାଯାଉଥିବା ବେଳେ ବଜାରରେ ପରିବା ଦର ବଢିଛି। ଖାଉଟି ପରିବା କିଣିବାକୁ ହନ୍ତସନ୍ତ ହେଉଛନ୍ତି । ଏହି ଦର ଯଦି ଏମିତି ରୁହେ ତେବେ ଶ୍ରାବଣ ମାସରେ ଲୋକଙ୍କ ପାଇଁ ପରିବା ଖାଇବା ମୁସକିଲ୍ ହୋଇପଡିବ। ରାଜସୁନାଖଳା ପରିବାବଜାର ସମେତ, କଳାପଥର, ଭାପୁର, ପିଚୁକୁଳି, ବୋଲଗଡ଼ ବଜାରରେ ଆଳୁ ପିଆଜକୁ ଛାଡ଼ି ଦେଲେ ସବୁଜ ପନିପରିବା ଦର ୫୦ଟଙ୍କା ଉପରେ ରହିଛି। ତେବେ ଆଳୁ- କିଲୋ ୨୦, ପିଆଜ – କିଲୋ ୨୫, କଖାରୁ – କିଲୋ ୩୦ରୁ ୫୦ଟଙ୍କା , ପୋଟଳ – କିଲୋ ୪୦, ଭେଣ୍ଡି – କିଲୋ ୫୦, ଟମାଟୋ- କିଲୋ ୪୦ରୁ ୧୨୦, ବାଇଗଣ – କିଲୋ ୬୦ରୁ୮୦ଟଙ୍କା , ଗାଜର -କିଲୋ ୩୦ରୁ ୬୦ଟଙ୍କା ,କଞ୍ଚାଲଙ୍କା ୧୨୦,ଜହ୍ନି ୬୦,ଝୁଲଣକେଜି ୬୦ଟଙ୍କା ଏବଂ ଅଦା ୨୬୦ଟଙ୍କାରହିଛି। ଆଳୁ କିଲୋ ୨୦ଟଙ୍କା ଓ ପିଆଜ କେଜି ୨୦ରୁ ୩୦ଟଙ୍କା ରହିଥିବାହେତୁ ସବୁଜ ପରିବାରେ ହାତ ମାରୁନାହାନ୍ତି ଗ୍ରାହକ। ଅନେକ ଲୋକ ଆଳୁ ପିଆଜରେ କାମ ଚଳାଉଛନ୍ତି। ଏପରିକି ପରିବାଦର ଆକାଶ ଛୁଆଁ ରହିଥିବା ବେଳେ ଗରିବଶ୍ରେଣୀର ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯାହାକି ପନିପରିବା ଦିନକୁ ଦିନ ଦ୍ରୁତଗତିରେ ବଢିବା ଯୋଗୁଁ ଲୋକ ମାନଙ୍କ ମନରେ ଛନକା ପଶିଛି। ସେହିପରି ଗୋଟେ ପଟେ ପରିବହନ ସେବା ପ୍ରଭାବିତ ଅନ୍ୟପଟେ ଲଗାଣ ବର୍ଷା ଜନିତ ଚାଷ ପ୍ରଭାବିତ ହୋଇଛି । ତେଣୁ ଏହାର ସିଧା ସଳଖ ପ୍ରଭାବ ପଡିଛି ପରିବା ଦର ଉପରେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।