ଲଗାଣ ବର୍ଷାରେ ବେହାଲ ଯାଜପୁର ସହର;ଘରେ ପଶିଲା ପାଣି,ଅଗ୍ନିଶମ ବାହିନୀ ଦ୍ୱାରା ଜଳ ନିଷ୍କାସନ ।

0 224

ଯାଜପୁର,୨୬/୧୦(ପିପିଟି): ଜିଲ୍ଲାରେ ବାତ୍ୟା ଦାନା ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ହୋଇଛି । ଫଳରେ ବହୁ ତଳିଆ ଅଞ୍ଚଳରେ ବିପୁଳ ବର୍ଷା ଜଳ ଜମି ରହିଛି । ଲଗାଣ ବର୍ଷାରେ ଯାଜପୁର ସହର ମଧ୍ୟ ବେହାଲ ହୋଇଛି । ଯାଜପୁର ପୋୖରାଞ୍ଚଳ ଅଧିନ ଗୋପାଳି ଛକ ରାଉତରାପୁରରେ ଥିବା କିଛି ଘରେ ପାଣି ପସି ଯାଇଥିଲା । ଆଜି ବର୍ଷା କମିବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ମେସିନ ଦ୍ୱାରା ଜଳ ନିଷ୍କାସନ କରାଯାଇଥିଲା । ଏଠାରେ ଥିବା ଏକ ପୁରାତନ କଲଭର୍ଟକୁ ରାସ୍ତା ନିର୍ମାଣ ସମୟରେ ପୋତି ଦିଆଯାଇଥିବାରୁ ଏଭଳି ସ୍ଥିତି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ସହିତ ଏହାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ।

Leave A Reply

Your email address will not be published.