ଲଗାଣ ବର୍ଷାରେ ଉଜୁଡିଛି ଧାନତଳି,ଚିନ୍ତାରେ ଚାଷୀ ।

0 232

ଭଦ୍ରକ,୩୦/୦୬ : ଲାଗିରହିଥିବା ଲଗାଣ ବର୍ଷା କାରଣରୁ ଗରମରୁ ଆଶ୍ୱସ୍ଥି ମିଳିଛି ସିନା ଧାନଚାଷୀମାନଙ୍କ ପାଇଁ ଆଣିଦେଇଛି ଦ୍ୱିଗୁଣ ଦୁଃଖ । ବର୍ଷ ଆରମ୍ଭରୁ ଚାଷି ଉପରେ ଦୈବି ଚଡକକୁ ନେଇ ସବୁଠି ଧାନଚାଷ ପାଇଁ ଆଶଙ୍କା ଦେଖାଦେଇଛି । ଲଗାତର ଭାବେ ଚାରିଦିନ ଧରି ବର୍ଷା ଲାଗିରହିବା କାରଣରୁ ଧାନତଳି ଦୁଇଫୁଟରୁ ତିନିଫୁଟ ପାଣିରେ ବୁଡି ରହିବା ପରେ ଏବେ ଚାଷି ଧାନତଳିରୁ ପାଣିବାହାର କରିବାରେ ଚାଷି ଲାଗି ପଡିଛିତ କେଉଁଠି ଧାନତଳି ପଚିଯାଇ ନଷ୍ଠ ହେବା ପରେ ନୂଆ ବିହନ ବୁଣିବାରେ ଲାଗି ପଡିଛି ଚାଷି । ଧାନଚାଷିମାନେ ଉନ୍ନତ କିସମର ବିହନ ବୁଣିଥିବା ବେଳେ ଏବେ ପାରମ୍ପରିକ ବିହନକୁ ଭରସା କରିଛି। ବାସୁଦେବପୁର ବ୍ଲକରେ କଞ୍ଚୁଡି,ଧଳା, କାଂଶବାଂଶ ଓ ମନ୍ତେଇ ନଦୀ ପ୍ରବାହୀତ ହେଉଥିବା କାରଣରୁ ଏବେ ଧିରେଧିରେ ତଳ ମୁଣ୍ଡରେ ନଦୀର ଜଳସ୍ତର ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପଡିଛି ଧାନଚାଷି । ନଦୀଘେରତରେ କାଂଶବାଂଶ ନଦୀରେ ଜଳସ୍ତର ବଢିବାକୁ ନେଇ ସୁଦର୍ଶନପୁର, ଆର୍ତ୍ତୁଂ,ପଢୁଆଁ,ଇରମ,ନୂଆଗାଁ, ଜଗନ୍ନାଥପୁ.ଚୂଡାମଣୀ, ଅଢୁଆଁ ଓ କୁମାରପୁର ଅଞ୍ଚର ଚାଷି ଚିନ୍ତାରେ ରହିଥିବା ବେଳେ ପୈାରପାଳିକାର ଭୈରବପୁର ଧାନଚାଷୀଙ୍କ କ୍ଷେତ୍ରରେ ଉକ୍ରଟ ସମସ୍ୟା ଦେଖାଦେଇଛି । କଞ୍ଚୁଡି,ଧଳା ଓ ମନ୍ତେଇ ନଦୀର ଜଳସ୍ତର ବଢିବାକୁ ନେଇ ପଦ୍ମପୁର, ସୁଗୋ,ଏଡତାଳ, କମାରଗାଁ, ଲୁଙ୍ଗା, ବିନାୟକପୁର,ବାଲିମେଦ,ଜଗନ୍ନାଥପ୍ରସାଦ,କରଞ୍ଜଆଡିଆ,ନାଇକାଣିଡିହ,ବିଦେଇପୁର,ବିରସ,କୃଷ୍ନପୁର, ସାନକୃଷ୍ନପୁର ଆଦି ପଞ୍ଚାୟତରେ ସମାନ ଅବସ୍ଥା ଲାଗିରହିଛି । ଧାନତଳି ନଷ୍ଠ ହେବା ପରେ ଉନ୍ନତ କିସମର ବିହନ କିଣିବାକୁ ଚାଷି ଅଣ୍ଟିରେ ବଳନାହିଁ । ଏହାର ସୁଯୋଗରେ ବେନାମୀ କମ୍ପନୀର ବିହନ ଅଥବା ବିହନ କଳାବଜାରୀର ଆଶଙ୍କା ଦେଖାଦେଇଛି । ସରକାରୀ ଦରଠାରୁ ଅଧିକ ଦରରେ କେତେକ ଚାଷୀ ବିହନ କିଣିବାକୁ ବାଧ୍ୟ ହୋଇଛନ୍ତି ବୋଲି ଜାଣିବାକୁ ମିଳିଛି । କୃଷିବିଭାଗ ପକ୍ଷରୁ ମାଗଣାରେ ବିହନ ଯୋଗାଇଦେବାକୁ ସାଧାରଣରେ ଦାବୀ େଉଉଛି । ଏନେଇ ବାସୁଦେବପୁର କୃଷି ଅଧିକାରିଣୀ ନିହାରିକା ଦଳେଇ କୁହନ୍ତି,ଚାଷୀମାନଙ୍କୁ ବିହନ ଯୋଗାଇ ଦେବାପାଇଁ ସମସ୍ତ ବ୍ୟବସ୍ଥ କରାଯାଇଥିଲା । ଏବେକାର ସ୍ଥିତିକୁ ନେଇ କୈାଣସି ପ୍ରକାରର ନିର୍ଦ୍ଦେଶ ଆମ ପାଇଁ ଆସିନି, ବିହନ କଳାବଜାରୀ ରୋକାଯିବା ଉପରେ ଲିଖିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.