ଲକ୍ଷ୍ମୀ ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ଆହାତ।

0 195

ପୋଲସରା ୨୨/୦୫(ପିପିଟି):ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ କଦମ୍ବ ଛକଠାରେ ଆଜି ସକାଳ ୧୦ ଘଣ୍ଟା ସମୟରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସହିତ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକ ଜଣଙ୍କ ଆହାତ ହୋଇ ପୋଲସରା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ବାଇକ୍ ଚାଳକ ଜଣଙ୍କ ଖଲ୍ଲିକୋଟର ହୋଇଥିବା ବେଳେ ବୁଗୁଡ଼ା କୁ କୈାଣସି କାର୍ଯ୍ୟରେ ଆସି ସେ ବୁଗୁଡ଼ା ରୁ ଫେରୁଥିବା ବେଳେ ସରକାରଙ୍କ ଲକ୍ଷ୍ମୀ ବସ୍ ପୋଲସରା ପଟୁ ଆସି ଚିରିକିପଡା ଶାସନ ଦେଇ କସିପଡା ସ୍ଥିତ ମାଁ ସିଂହାସନୀ ପୀଠ କୁ ଯାତ୍ରୀ ନେଇ ଯାଉଥିବା ବେଳେ ଚିରିକିପଡା ଶାସନ କଦମ୍ବ ଛକଠାରେ ଉଭୟ ଙ୍କ ମଧ୍ୟରେ ଧକ୍କା ହୋଇଥିଲା। ଧକ୍କା ହେବା ଫଳରେ ବାଇକ୍ ଚାଳକ ଜଣଙ୍କ ଆହାତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହାତ ବାଇକ୍ ଚାଳକ ଙ୍କୁ ଆମ୍ବୁଲାନ୍ସ ଦ୍ବାରା ପୋଲସରା ମେଡିକାଲ କୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.