ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ ।

0 253

କୋଦଳା,୨୬/୦୭(ପିପିଟି):ଶନିବାର ଦିବା ୧୧ଘ.୧୫ ମି. ସମୟରେ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ ତରଫରୁ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜୟୀ ଶହିଦ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ମହାବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜନ କରାଯାଇଥିଲା । ଏଥିରେ ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ ସଂଯୋଜକ ଭବାନୀ ଶଙ୍କର ଆଚାର୍ଯ୍ୟ ଉକ୍ତ ଦିବସର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର Administrative Burser ରଂଜୁବାଳା ନନ୍ଦ, Academic Burser ବିନୋଦ କୁମାର ମିଶ୍ର, NAAC Coordinator ସପନ କୁମାର ଦାଶ, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ତପସ୍ୱିନୀ କରଣ, ଅଧ୍ୟାପକ ଲିପୁନ କୁମାର ମାଝୀ କାର୍ଗିଲ ଯୁଦ୍ଧ କାଳୀନ ଲୋମହର୍ଷଣ କାହାଣୀ ବର୍ଣ୍ଣନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମର ବାର୍ତ୍ତା ପହଞ୍ଚାଇଥିଲେ । ରାଜନୀତି ବିଭାଗୀୟ ଅନ୍ତିମ ବର୍ଷ ଛାତ୍ରୀ ସୁଶ୍ରୀ ପ୍ରୀତି ତରେଇ କାର୍ଗିଲ ବିଜୟ ସମ୍ପର୍କେ ବକ୍ତବ୍ୟ ଦେଇଥିଲେ । ଅଧ୍ୟକ୍ଷ ରଘୁନାଥ ମୁଦୁଲି କାର୍ଗିଲ ବିଜୟ ଦିବସର ମହତ୍ତ୍ୱ ସମ୍ପର୍କେ ବିଶଦ ଆଲୋଚନା କରିଥଲେ । ସମସ୍ତ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ସଂଯୋଜକଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.