ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ କୁ NAAC ର “B” ଗ୍ରେଡ ମାନ୍ୟତା ।

0 257

କୋଦଳା,୦୮/୧୨(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୁ NAAC ର ‘B’ ଗ୍ରେଡ଼ ମାନ୍ୟତା ମିଳିଛି । ଯାହାଫଳରେ ମହାବିଦ୍ୟାଳୟର ଅଧ୍ୟକ୍ଷ,ପରିଚାଳନା କମିଟି ସଭାପତି, ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ଏହି ମାନ୍ୟତା ପାଇବା ପାଇଁ ପରିଚାଳନା କମିଟି ସଭାପତି ଏସ.ସୂର୍ଯ୍ୟ ନାରାୟଣ ଦୋରା, ଅଧ୍ୟକ୍ଷ୍ୟ ରଘୁନାଥ ମୁଦୁଲି ଓ ଅନ୍ତର୍ନିହିତ ଗୁଣ ବର୍ଦ୍ଧକ ସୋଜୋଜକ ଅଧ୍ୟାପକ ଡ ବିଷ୍ଣୁ ନାରାୟଣ ସେଠୀଙ୍କ ତତ୍ୱାବଧାନ ତଥା ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଦୀର୍ଘ ଛ ମାସ ଧରି ସମସ୍ତ ସାତ ଗୋଟି ନିୟମାବଳୀ ର କାର୍ଯ୍ୟକାରିତା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ବିଗତ ପାଞ୍ଚ ବର୍ଷ ର ସମସ୍ତ କାର୍ଯ୍ୟକ୍ରମକୁ ସଂଗୃହିତ କରିବା ପାଇଁ କର୍ଚାରୀମାନଙ୍କୁ ସାତ ଗୋଟି କମିଟିରେ ଭାଗ କରି ତଥ୍ୟ ସଂଗ୍ରହ କରାଯିବା ସହିତ ଗତ ଅଗଷ୍ଟ ମାସ ୧୪ ତାରିଖରେ NAAC ପୋର୍ଟାଲ ରେ ସମର୍ପିତ କରା ଯାଇଥିଲା । ଏହା ପରେ ନାକ ଦ୍ଵାରା ପଚରା ଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଅଧ୍ୟକ୍ଷ୍ୟ ରଘୁନାଥ ମୁଦୁଲି ପ୍ରତ୍ୟକ୍ଷ ଭାବେ ପର୍ଯ୍ୟାୟ କ୍ରମେ କଲେଜ ପକ୍ଷରୁ ପୂରଣ କରୁଥିଲେ । ଏହାର ସତ୍ୟାସତ୍ୟ ପରଖିବା ନିମନ୍ତେ ନଭେମ୍ବର ୨୮ ଓ ୨୯ ତାରିଖରେ NAAC ତରଫରୁ ତିନି ଜଣ ପରିଦର୍ଶକ ଡଃ ଅଙ୍କୁର ସେକ୍ସାନ “ଗୁଜୁରାଟ “,ଡଃ ସରିକା ଶର୍ମା “ଦିଲ୍ଲୀ “, ଜୟପ୍ରକାଶ ଟାଡରୁ “ମହାରାଷ୍ଟ୍ର” ରୁ ଆସି ମହା ବିଦ୍ୟାଳୟ ରେ ପହଁଚି ଥିଲେ । ପ୍ରଥମ ଦିବସରେ ସେମାନଙ୍କୁ ଅଧ୍ୟକ୍ଷ ମହାବିଦ୍ୟାଳୟ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରି ବା ପରେ ସମସ୍ତ ବିଭାଗୀୟ ମୁଖ୍ୟ ସେମାନଙ୍କ ନିଜ ବିଭାଗର ସମସ୍ତ ତଥ୍ୟ ପ୍ରଦାନ କରିଲେ। ତତ ସହିତ ବିଜ୍ଞାନ ଗାର, ଗ୍ରନ୍ଥାଗାର ଓ କାର୍ଯ୍ୟାଳୟ ର ସମସ୍ତ ନଥିପତ୍ର ଟିକନିଖ ଦେଖିଥିଲେ।ଏହାପରେ NSS ଓ YRC ର କାର୍ଯ୍ୟକ୍ରମ ମଧ୍ୟ ତଦାରଖ କରି ଛାତ୍ରଛାତ୍ରୀଙ୍କ ଅନ୍ତରନିହିତ ଗୁଣାବଳୀ ପରଖିବାକୁ ଯାଇ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଖୁସିବ୍ୟକ୍ତ କରିଥିଲେ। ଦ୍ଵିତୀୟ ଦିବସରେ ଛାତ୍ର ଛାତ୍ରୀ, ଅଭିଭାବକ ଓ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ଭେଟି ତାଙ୍କ ସହ ଆଳାପ ଆଲୋଚନା କରିଥିଲେ । ଦ୍ଵିତୀୟ ଦିନ କାର୍ଯ୍ୟକ୍ରମ ସମୟ ରେ ବିଶ୍ଵବିଦ୍ୟାୟରୁ ପ୍ରଫେସର ସୁଧାକର ପାତ୍ର, ଉଚ୍ଚଶିକ୍ଷା ବିଭାଗ ତରଫରୁ ନିର୍ଦ୍ଧେଶକ ଡଃ.ସିଦ୍ଧାର୍ଥ ଶଙ୍କର ପାଢ଼ୀ,ପରିଚାଳନା ପରିଷଦ ସଭାପତି ସୂର୍ଯ୍ୟନାରାୟଣ ଦୋରା ଓ ମହାବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ରଥ ଉପସ୍ଥିତ ଥିଲେ।ଏହା ପରେ ଟିମ୍ ତାଙ୍କର ସୁ ଚିନ୍ତିତ ମତାମତ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବା ସହିତ ଦୁଇଦିନର ପରିଦର୍ଶନ ମତାମତ NAAC କୁ ପ୍ରଦାନ କରିବା ପାଇଁ କହି ମହାବିଦ୍ୟାଳୟରୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆଜି ତାହା ସଫଳତା ଲାଭ କରିଛି! ସମସ୍ତ ମତା ମତକୁ ପରୀକ୍ଷା କରି ଶେଷରେ ମହାବିଦ୍ୟାଳୟ କୁ “B” ଗ୍ରେଡ ମାନ୍ୟତା ପ୍ରଦାନ କରିଛନ୍ତି ଯାହା କି ୬ ତାରିଖ ବିଳମ୍ବିତ ରାତ୍ରରେ ଆସି ପହଁଚି ଥିଲା। ଏହାକୁ ନେଇ ସମସ୍ତ କର୍ମକର୍ତ୍ତା ଖୁସିବ୍ୟକ୍ତ କରିଥିବା ବେଳେ ପରିଚାଳନା ସଭାପତିଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଅଧ୍ୟକ୍ଷ,ଅଧ୍ୟାପକ ଓ ଅଧ୍ୟାପିକା ପ୍ରସଂଶା କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.