କୋଦଳା ,୩୦/୦୩(ପିପିଟି):ସୋମବାର ଦିବା ୧୦ଘଣ୍ଟ ସମୟରେ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଅର୍ଥନୀତି ବିଭାଗ ତରଫରୁ ସାମ୍ପ୍ରତିକ ଶକ୍ତି ସଙ୍କଟ “ଭାରତୀୟ ଅର୍ଥନୀତି ପାଇଁ ଏକ ଆହ୍ୱାନ ” ବିଷୟବସ୍ତୁକୁ ନେଇ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ସପନ କୁମାର ଦାଶ ଉପସ୍ଥିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ପାଠଚକ୍ରର ଆଭିମୁଖ୍ୟ ସମ୍ପର୍କେ ଅର୍ଥନୀତି ବିଭାଗର ଅଧ୍ୟାପିକା ତଥା ଆଜିର କାର୍ଯ୍ୟକ୍ରମର ଆବାହକ ସୁସ୍ମିତା କୁମାରୀ ମହାପାତ୍ର କହିଥିଲେ । ସାଧନାକର୍ମୀ ଭାବେ ପିପୁଲସ କଲେଜ ବୁଗୁଡ଼ାର ଅର୍ଥନୀତି ବିଭାଗୀୟ ମୁଖ୍ୟ ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ ଯୋଗଦେଇ ସାମ୍ପ୍ରତିକ ଶକ୍ତି ସଙ୍କଟ କିପରି ଭାରତୀୟ ଅର୍ଥନୀତି ପ୍ରତି ଏକ ଆହ୍ୱାନ ହୋଇପଡିଛି ଏବଂ ଏହାର ବିକଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଭାରତରେ ସାମ୍ପ୍ରତିକ ଶକ୍ତି ସଙ୍କଟ ବିଷୟରେ ନିଜର ମତ ରଖିଥିଲେ । ଅର୍ଥନୀତି ବିଭାଗର ଅଧ୍ୟାପକ ଆଲୋକ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭିକ ସଂଗୀତ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ପଦ୍ମୀନି ବେହେରା ଓ ପ୍ରିୟଙ୍କା ପାଢୀ ଅନ୍ତିମ ସଂଗୀତ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ଆରତୀ ପ୍ରଧାନ, ଜସ୍ମିନ ମେହେଣା ଓ ଅଙ୍କିତା ସ୍ୱାଇଁ ଗାନ କରିଥିଲେ । ଯୁକ୍ତ ତିନି ପ୍ରଥମ, ଦ୍ୱିତୀୟ ଓ ଶେଷ ବର୍ଷର ଅନେକ ଛାତ୍ରଛାତ୍ରୀ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନା କରିଥିଲେ ଓ ସେମାନଙ୍କୁ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ରିପୋର୍ଟ -ସୂର୍ଯ୍ୟନାରାୟଣ ବଡୁ