କୋଦଳା,୧୭/୦୪(ପିପିଟି):ଗୁରୁବାର ଦିନ ୧୧ ଘଣ୍ଟ ସମୟରେ ସ୍ଥାନୀୟ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଓଡ଼ିଆ ବିଭାଗ ତରଫରୁ “ମାନବବାଦୀ ସ୍ରଷ୍ଟା ଗୋପବନ୍ଧୁ ” ବିଷୟବସ୍ତୁ କୁ ନେଇ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧନାକର୍ମୀ ଭାବେ ପିପୁଲସ୍ କଲେଜ , ବୁଗୁଡା ଓଡିଆ ବିଭାଗୀୟ ମୁଖ୍ୟ ହିମାଂଶୁ ଶେଖର ରଥ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଗୋପବନ୍ଧୁଙ୍କ ଆଦର୍ଶ ଓ ସମାଜସେବା ସଂପର୍କରେ ଆଲୋକପାତ କରିଥିଲେ । ନିମନ୍ତ୍ରୀତ ଅତିଥିଭାବେ ଅଧ୍ୟାପକ ବିନୋଦ କୁମାର ମିଶ୍ର,ଡକ୍ଟର ପ୍ରଦୀପ କୁମାର ପଣ୍ଡା,ଡକ୍ଟର ଜୋସ୍ନାରାଣୀ ସାହୁ,ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ସପନ କୁମାର ଦାଶ ଏବଂ ଓଡିଆ ବିଭାଗୀୟ ମୁଖ୍ଯ ରଂଜୁବାଳା ନନ୍ଦ ଯୋଗଦେଇ ଗୋପବନ୍ଧୁଙ୍କ ତ୍ଯାଗପୁତ କାହାଣୀ କହିଥିଲେ । କାଯ୍ୟକ୍ରମର ପ୍ରାରମ୍ଭରେ ଆବାହକ ଓଡିଆ ବିଭାଗୀୟ ଅଧ୍ୟାପକ ସାଗର ଚାନ୍ଦ୍ ପାତ୍ର କାଯ୍ୟକ୍ରମର ଆଭିମୁଖ୍ଯ ବିଷୟରେ ବର୍ଣ୍ଣନା କରିଥିଲେ । ଅଧ୍ୟାପକ କେଶବ ଚନ୍ଦ୍ର ପାଳ,ଭବାନୀ ଶଙ୍କର ଆଚାର୍ଯ୍ଯ,କାହ୍ନୁ ଚରଣ ପାଳ, ଲିପୁନ ମାଝୀ, ଅଧ୍ୟାପିକା ତପସ୍ୱିନୀ କରଣ,ସାଗରିକା ଦାଶ, ଭୁବନେଶ୍ଵରୀ ରାୟ ସାମନ୍ତ ଆଦି ଯୋଗ ଦେଇଥିଲେ ଓ ପରିଶେଷରେ ଯୁକ୍ତ ୩ ୨ୟ ବର୍ଷ ଛାତ୍ରୀ ସାଗରୀ ସାହୁ ଧନ୍ଯବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)