କୋଦଳା,୦୧/୧୨(ପିପିଟି): ଲକ୍ଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ “ବିଶ୍ୱ ଏଡ଼ସ ଦିବସ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆମ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ପଞ୍ଚାନନ ଦାସଙ୍କ ସଭାପତିତ୍ୱ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଏଚ.ଆଇ.ଭି ସମ୍ପର୍କରେ ଧାରା ବିବରଣୀ ଦେଇଥିଲେ।ମୁଖ୍ୟଅତିଥି ଭାବେ ପ୍ରଶାନ୍ତ କୁମାର ଦାସ (ICTC Counselor) ଯୋଗଦେଇ ପିଲାମାନଙ୍କୁ “ବିଶ୍ୱ ଏଡ଼ସ ଦିବସ” ସମ୍ପର୍କରେ ଓ ଏଚଆଇଭି ରୁ କିପରି ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟମାନଙ୍କୁ ସଚେତନ କରିବେ ତାହା କହିଥିଲେ। ମୁଖ୍ୟବକ୍ତା ହୃଷିକେଶ ପ୍ରହରାଜ,ୟୁଥ ରେଡ଼କ୍ରସ କାଉଁସିଲର ସନ୍ଧ୍ୟାରାଣୀ ତରାଇ ମଞ୍ଜାସିନ ହେଇ ଏଡ଼ସ ଏବଂ ଏଚଆଇଭି ଭୁତାଣୁ ସମ୍ପର୍କରେ ସବିଶେଷ ତଥ୍ୟ ଛାତ୍ରଛତ୍ରୀମାନଙ୍କୁ ଦେଇଥିଲେ, ଶେଷରେ ଶିକ୍ଷକ ରୋହିତ କୁମାର ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ।ଏଥି ସହିତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଅଣଶିକ୍ଷକବୃନ୍ଦ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସହିତ କରିଥିଲେ । ଏଥି ସହିତ ସମସ୍ତ ଛାତ୍ର ଓ ଛାତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ରିପୋର୍ଟ୍ -ସୂର୍ଯ୍ୟ ନାରାୟଣ ବଡୁ