ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ତାଙ୍କ ସ୍ୱପ୍ନର ଭାରତ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ।

0 269

ବ୍ରହ୍ମପୁର,୨୯/୦୩(ପିପିଟି): ଦି ପିପୁଲସ ଟ୍ରଷ୍ଟ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ବଳିଦାନ ଦିବସ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ଅଳି କିଶୋର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଲକ୍ଷ୍ମଣ ନାୟକଙ୍କୁ ଜଣେ ମୁକ୍ତିଯୋଦ୍ଧ ,ଦେଶ ପ୍ରେମୀ ଓ ଆଦିବାସୀଙ୍କ ମେସିହା ଥିଲେ ବୋଲି ବର୍ଣ୍ଣନା କରିଥିଲେ। ବ୍ରିଟିସିକୁ ହଟାଇ ଏକ ଶୋଷଣ ଓ କଷଣ ମୁକ୍ତ ସମାଜର ସ୍ୱପ୍ନ ଦେଖିଥିଲେ। ଯେଉଁଥିରେ ଆଦିବାସୀ ଭାଇ ଭଉଣି ସ୍ୱାଭିମାନରସହ ବଞ୍ଚିପାରିବେ। ଏଥିପାଇଁ ସେ ନିଜ ଜୀବନକୁ ବଳିଦାନ ଦେବାକୁ ମଧ୍ୟ ପଛାଇ ନ ଥିଲେ। କିନ୍ତୁ ୮୧ ବର୍ଷ ପରେ ମଧ୍ୟ ସେ ସ୍ୱପ୍ନ ପୂରଣ ହୋଇ ପାରିଲା ନାହିଁ।ସେ ଅପୁରଣୀୟ କାର୍ଯ୍ୟକୁ ପୂରଣ କରିବା ପାଇଁ କାର୍ଯ୍ୟ କରିବା ହିଁ ତାଙ୍କ ପାଇଁ ସର୍ବ ଶ୍ରେଷ୍ଠ ସମ୍ମାନ ହେବ ବୋଲି ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖିକା ବିଧୁ ପ୍ରଭା ରଥ ଓ ପୂର୍ବତନ ଚେୟାରମ୍ୟାନ କୈଳାସ ଷଡଙ୍ଗୀ। ଏହି ଆଲୋଚନା ସଭାରେ ପିପୁଲସ ଟ୍ରଷ୍ଟର ଅଧ୍ୟକ୍ଷ ଯୁଧିଷ୍ଠିର ବେହେରା ଅଧ୍ୟକ୍ଷତା କରିଥିଲେ। ସକାଳେ ଟ୍ରଷ୍ଟ ପକ୍ଷରୁ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।

Leave A Reply

Your email address will not be published.