ଲକଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୋଦଳାରେ ଜାତୀୟ ସେବା ଯୋଜନା ତରଫରୁ ବନମହୋତ୍ସବ ପାଳିତ।

0 31

କୋଦଳା,୦୬/୦୭(ପିପିଟି):ଶନିବାର ଲକ୍ଷ୍ମୀନାରାୟଣ ସ୍ନାତକ ମହାବଦ୍ୟାଳୟ କୋଦଳା ପରିସରରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରହିତ୍ୟରେ ବନମୋହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । କାର୍ଯକ୍ରମରେ ବନପାଳ, କୋଦଳା ଅଭିରାମ ଖିଲା ମୁଖ୍ୟଅତିଥି ଭାବେ ଯୋଗଦେଇ”ବୃକ୍ଷ ହିଁ ଜୀବନ ଓ ତାର ସୁରକ୍ଷାରେ ବ୍ରତୀ ହେବା ନିମନ୍ତେ ପ୍ରେରଣା ଦେଇଥିଲେ। ଅଧକ୍ଷ ରଘୁନାଥ ମୁଦୁଲି ଛାତ୍ରଛାତ୍ରୀ ମାନଙ୍କୁ ବନହୋତ୍ସବର ତତ୍ପର୍ଯ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନରକ୍ଷକ ଅବିନାଶ କହଁର ଏବଂ ଅନିତା କୁମାରୀ ସେଠୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯକ୍ରମ ଆରମ୍ଭରେ ଡକ୍ଟର ବିଷ୍ଣୁ ନାରାୟଣ ସେଠୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ଜାତୀୟ ସେବା ଯୋଜନାର ସଂଯୋଜକ ଓ ସଂଯୋଜିକା ଡକ୍ଟର ପ୍ରଦୀପ କୁମାର ପଣ୍ଡା (ପୁରୁଷ ବିଭାଗ),ସାଗରିକା ଦାସ (ମହିଳା ବିଭାଗ) ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଇତିହାସ ଅଧ୍ୟାପକ ସପନ କୁମାର ଦାଶ ଗୀତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଜାଗୃତ କରିଥିଲେ। ପରେ ପରେ ଅଧକ୍ଷ, ବାନପାଳ,ବନରକ୍ଷକ ଓ କାର୍ଯ୍ୟକ୍ରମର ସଂଯୋଜକ,ସଂଜୋଜିକା ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷରୋପଣ ରୋପଣ କରାଯାଇଥିଲା।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.