ବୋଲଗଡ,୨୭/୦୯(ପିପିଟି): ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ପିଚୁକୁଳି ପାଟଣାସାହିରେ ଶନିବାର ରୋଷେଇଘରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଇଲୋଟ୍ରୋନିକ ସାମଗ୍ରୀ କ୍ଷୟକ୍ଷତି ହୋଇଛି। ସୂଚନା ଅନୁଯାୟୀ ସେହି ଗ୍ରାମର ଦୀନବନ୍ଧୁ ପଟ୍ଟନାୟକ ସାନବୋହୁ ଘରେ ସକାଳ ପ୍ରାୟ ସାଢେ ୯ଟା ସମୟରେ ରୋଷେଇ କରୁଥିଲେ । ସେହି ସମୟରେ ହଠାତ୍ ଗ୍ୟାସ ସିଲିଣ୍ଡର ପାଇପ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ପରେ ଗ୍ୟାସ ଘରସାରା ବ୍ୟାପି ଯାଇ ନିଆଁ ଦୁଇଘଣ୍ଡା ଧରି ଜଳିଥିଲା । ଘର ସମସ୍ତ ସଦସ୍ୟ ଦୂର ସ୍ଥାନକୁ ଚାଲିଯିବାରୁ ସମସ୍ତ ଜୀବନ ରକ୍ଷା ହୋଇଛି। ବେଗୁନିଆ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହା ମଧ୍ୟରେ ଘରେ ଥିବା ପ୍ରାୟ ତିଆରି ୩୦ହଜାର ଗୋଟି ଏଲିଡ ବଲବ୍, ୩ଟି କମ୍ପ୍ୟୁଟର, ୨ପ୍ରିଜ୍, ୱାସିଂ ମେସିନ, କଫି ମେସିନ,୨୦ଟି ନୂଆ ମୋଟର ସହ ଦିନବନ୍ଧୁଙ୍କ ପୁଅ କୃପାସିନ୍ଧୁ ଭୁବନେଶ୍ୱରର କରିଥିବା ରେଷ୍ଟୁରାଣ୍ଟଟି ବନ୍ଦ କରି ଘରେ ରଖିଥିବା ସମସ୍ତ ଦାମୀ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ସମସ୍ତ ସାମଗ୍ରୀ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ ହୋଇଛି। ଖବର ପାଇ ପିଚୁକୁଳି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ଷତି ଆକଳନ ସହ ଜରିପାଲ ଯୋଗାଇ ଦିଆଯାଇଛି। ତୁରନ୍ତ ପ୍ରଶାସନ ଅଗ୍ନିକାଣ୍ଡ ଜନିତ ସହଯୋଗ ଯୋଗାଇ ଦେବାକୁ ଦାବୀ ହୋଇଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।