ରୋଟାରୀ କ୍ଲବ ତରଫରୁ ଶୀତ ବସ୍ତ୍ର ଓ ମଶାରୀ ବଣ୍ଟନ ।

0 333

ଭଞ୍ଜନଗର, ୦୪/୧୨(ପିପିଟି):ଭଞ୍ଜନଗର ବ୍ଲକ ବାହାଡାପଦର ଠାରେ ରୋଟାରୀ କ୍ଲବ ଭଞ୍ଜନଗର ତରଫରୁ ଅସହାୟ, ଗରିବ ଲୋକଙ୍କୁ ସଭାପତି ବସନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଶୀତବସ୍ତ୍ର, ମଶାରୀ ଓ ଫଳ ବଣ୍ଟନ କରାଯାଇଛି।ପ୍ରଥମେ ଗାୟତ୍ରୀ ପରିବାର ତରଫରୁ ଅତିଥି ମାନଙ୍କୁ ଚିରାଚରିତ ପ୍ରଥାରେ ସ୍ୱାଗତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ରାଜ କୁମାର ସାହୁ ରୋଟାରୀ କ୍ଳବର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମ୍ପାଦକ ରାମଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ପ୍ରାକ୍ତନ ସଭାପତି ମଧୁସୂଦନ ମହାପାତ୍ର, ସନ୍ତୋଷ ଜେନା, ବାଳକୃଷ୍ଣ ପଟ୍ଟନାୟକ, ଜଗବନ୍ଧୁ ଜେନା, ରବୀନ୍ଦ୍ର କୁମାର ପାଣିଗ୍ରାହୀ ରୋଟାରୀକ୍ଲବର ଜନହିତକର କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ । ରୋଟାରୀ କ୍ଳବ ତରଫରୁ ଆସନ୍ତା ୨୨ ତାରିଖରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସମ୍ପର୍କରେ ସୂଚନା ଦେଇଥିଲେ । ଗ୍ରାମର ୩୦ଜଣ ଗରିବ, ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ରୋଟାରୀଆନ ମହେନ୍ଦ୍ର କୁମାର ମହାରଣା, ଦିଲ୍ଲୀପ କୁମାର ରାଜୁ, ସୁମନ ପୃଷ୍ଟି, ସନ୍ତୋଷ କୁମାର ପାତ୍ର, ଉପେନ୍ଦ୍ରଭଞ୍ଜ ପତି ପରିଚାଳନା କରିଥିବାବେଳେ ଗାୟତ୍ରୀ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ରୋଟାରୀଆନ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.