ରୋଟାରୀ କ୍ଲବ ତରଫରୁ ଆଶୀର୍ବାଦ ଭିକ୍ଷା କାର୍ଯ୍ୟକ୍ରମ ।

0 228

ଭଞ୍ଜନଗର, ୦୬/୧୨(ପିପିଟି):ଦିନକୁ ଦିନ ପରିବାର ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି।ବୃଦ୍ଧ ପିତାମାତାଙ୍କୁ ନିଜ ସନ୍ତାନ ମାନେ ଆଉ ପୂର୍ବଭଳି ସମ୍ମାନ ଦେଉ ନାହାନ୍ତି।ତେଣୁ ସେମାନେ ଆଜି ଅବହେଳିତ ଅବସ୍ଥାରେ ରହିଛନ୍ତି।ପରିବାରରେ କିଭଳି ନିଜ ନିଜ ଭିତରେ ସୁସମ୍ପର୍କ ବଜାୟ ରହିବ ସେହି ମହତ୍ତ୍ ଉଦ୍ଦେଶ୍ୟ କୁ ନେଇ ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ଆଜି କୁଲାଡ଼ ସରସ୍ୱତୀ ଶିଶୁମନ୍ଦିର ଠାରେ ଆଶୀର୍ବାଦ ଭିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ କଲେଜ ଅଧ୍ୟକ୍ଷା ଉଷା ପାଢ଼ୀ ଯୋଗ ଦେଇ ପିତାମାତା ହେଉଛନ୍ତି ପରିବାରର ଗୋଟିଏ ଗୋଟିଏ ସ୍ତମ୍ବ।ତେଣୁ ସେମାନଙ୍କୁ ଅନ୍ୟମାନେ ମଜବୁତ କରି ରଖିବା ଉଚିତ।ତାହେଲେ ଯାଇ ପରସ୍ପର ମଧ୍ୟରେ ଏକତା ଓ ଶାନ୍ତିଶୃଙ୍ଖଳା ଯୋଗୁଁ ହସଖୁସିରେ ଦିନ କଟିବ ବୋଲି କହିଥିଲେ।ସେହିପରି ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ ପିତାମାତାଙ୍କ ଆଶୀର୍ବାଦ ଯୋଗୁଁ ସନ୍ତାନମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରନ୍ତି।ତେଣୁ ସେମାନେ ହେଉଛନ୍ତି ପରିବାରର ଅବିଛେଦ୍ୟ ଅଙ୍ଗ।ପିତାମାତା ନିଜ ସନ୍ତାନ ଓ ନାତିନାତୁଣୀ ମାନଙ୍କୁ ଉପଯୁକ୍ତ ସ୍ନେହ ଶ୍ରଦ୍ଧା ଦେଇ ଉତ୍ତମ ସମ୍ପର୍କକୁ ଗୁରୁତ୍ୱ ଦେବା ସହ ପିଲାମାନେ ମଧ୍ୟ ସେମାନଙ୍କୁ ଉଚିତ ସମ୍ମାନ ଦେଇ ସେବା ଶୁଶ୍ରୁଷା କରିବା ଆବଶ୍ୟକ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୧୫୦ଜଣ ଜେଜେ ବାପା ଓ ଜେଜେ ମାଆଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଛି।ଏଥିରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସମ୍ପାଦକ ଗୁପ୍ତେଶ୍ଵର ସୁବୁଦ୍ଧି,ରୋଟାରିଆନ ଭି ଦେବୀ ପ୍ରସାଦ ପାତ୍ର, ରାମଚନ୍ଦ୍ର ମିଶ୍ର,ଧର୍ମେନ୍ଦ୍ର ବିଷୋୟୀ,ଶିଶୁମନ୍ଦିରର ଉପଦେଷ୍ଟା ଏ. ଲଷ୍ମୀକାନ୍ତ ସୁବୁଦ୍ଧି, ସମ୍ପାଦକ ସୁବ୍ରତ ପାଣିଗ୍ରାହୀ, ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.