ରୂପାନ୍ତରିତ କୋଦଳା ହସ୍ପିଟାଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

0 298

କୋଦଳା,୧୭/୦୨(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ହସ୍ପିଟାଲକୁ 5T ଉପକ୍ରମରେ ଆମ ହସ୍ପିଟାଲ ଯୋଜନାରେ ଶନିବାର ଅପରାହ୍ନ ୪.୩୦ ମିନଟରେ ଭରଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ 5 T ଅଧ୍ଯକ୍ଷ ଭି. କେ. ପାଣ୍ଡିଆନ । ଗଞ୍ଜାମ ଜିଲ୍ଲା ସମେତ ୧୫ ଜିଲ୍ଲାର ୭୩ ରୂପାନ୍ତରିତ ହସ୍ପିଟାଲକୁ ଲୋକାର୍ପଣ ହୋଇଥିବା ବେଳେ କୋଦଳା ସ୍ଥିତ ହସ୍ପିଟାଲ ରୂପାନ୍ତରିତ ହୋଇପାରିଛି । ଏହି କାର୍ଯ୍ୟକ୍ରମକୁ ସଫଳତା କରିବା ହସ୍ପିଟାଲ କୁ ସଜାଇବା ସହ ଏଲ ଇ ଡି ମାଧ୍ୟମରେ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସାମିଲ କରାଯାଇଛି । ମେଡିକାଲରେ ଥିବା ଫଳକକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉନ୍ମୋଚନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ,ବିଜେଡି ନେତା ଦୁର୍ଯ୍ୟୋଧନ ଗୌଡ଼,ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଡାକ୍ତର ଆଦିତ୍ୟ ପ୍ରସାଦ ସାହୁ, ଡାକ୍ତର ଜୟଦେବ ନାୟକ,କୋଦଳା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ,ସହାୟକ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼,କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ବାଡ଼ତ୍ୟା ଏନ୍ଏସି ର ସମସ୍ତ କାଉନସିଲର ସମେତ ସ୍ଥାନୀୟ ଜନପ୍ରତିନିଧି, ଜନସାଧାରଣ ଉପସ୍ଥିତ ରହିଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Leave A Reply

Your email address will not be published.