ରାସ୍ତା ମଝିରେ ନଳକୂପ ଯାତାୟତରେ ବଢ଼ାଉଛି ସମସ୍ୟା।

0 267

ବୋଲଗଡ଼,୨୭/୧୧(ପିପିଟି) : ଦୀର୍ଘ ବର୍ଷ ଧରି ରାସ୍ତା ମଝିରେ ଛିଡ଼ା ହୋଇଛି ନଳକୂପ। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମଝିରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କର ଆନ୍ତରିକତା ପ୍ରକାଶ ପାଉନଥିବାରୁ ଦିନକୁ ଦିନ ଯାତାୟତରେ ବଢୁଛି ସମସ୍ୟା । ଏହା ହେଉଛି ବୋଲଗଡ଼ ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ସିମାପଲ୍ଲୀର ନୂଆସାହିକୁ ଯାଇଥିବା କଂକ୍ରିଟ୍ ରାସ୍ତାରେ। ଏହି ରାସ୍ତା ଦେଇ ସାଇକେଲ ଠାରୁ ବଡ଼ ମଧ୍ୟ ଗାଡ଼ି ଯାତାୟତ କରିଥାଏ। କିନ୍ତୁ ନଳକୂପଟି ରାସ୍ତାର ମଝିରେ ରହିଥିବାରୁ ଲୋକ ମାନଙ୍କର ଯାତାୟତରେ ଅସୁବିଧା ସୃଷ୍ଟି କରୁଛି। ଟ୍ରାକ୍ଟର,ଟ୍ରକ,ଦୁଇଚକିଆ ଯାନବାହାନ,ଏପରିକି ଆମ୍ବୁଲାନ୍ସ ଯାତାୟତରେ ବାଧା ସମ୍ମୁଖୀନ ହେବା ସହିତ ଦୃଘଟଣା ସମ୍ଭାବନା ହେବାର ଆଶଙ୍କା ରହିଛି। ଏହି ସମସ୍ୟା ଭିତିକ ପରିସ୍ଥିତି ଦୃଷ୍ଟିରେ ରଖି ନଳକୂପଟିକୁ ସ୍ଥାନାନ୍ତର କରିବା କିମ୍ବା ଯଦି ସ୍ଥାନାନ୍ତରିତ ସମ୍ଭବ ନୁହେଁ ତେବେ ନଳକୂପର ଚାରିପାଖରେ ସୁରକ୍ଷା ବୃତ୍ତ ତିଆରି ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବିନମ୍ର ଅନୁରୋଧ କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.