ରାସ୍ତା ପ୍ରଶସ୍ତିକରଣ ପାଇଁ ବଦାଙ୍ଗିରେ ଜବରଦଖଲ। ଉଚ୍ଛେଦ 

0 303

ଭଞ୍ଜନଗର, ୦୫/୧୦(ପିପିଟି):ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତର ବଦଙ୍ଗି ଗ୍ରାମରେ ଆଜି ଜବର ଦଖଲ ଉଚ୍ଛେଦ ହୋଇଛି। ଗାଲେରୀ ବଦଙ୍ଗୀ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ପୂର୍ବରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନେଇ ସୂଚନା ଦିଆ ଯାଇଥିବା ବେଳେ ଆଜି ପୁଲିସ ଆଉ ପ୍ରଶାସନ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥଲା। ବଦଙ୍ଗୀ ହାଟସାହି,ମୁଖ୍ୟ ବଜାର ଠାରୁ ଗାଁ ଶେଷ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଥିଲା। ତହସିଲଦାର ଅଚ୍ୟୁତାନନ୍ଦ ଯାନି ,ଅତିରିକ୍ତ ତହସିଲଦାର ଅବିନାଶ ମେହେର,ରାଜସ୍ବ ନୀରିକ୍ଷକ ସଂଯୋଗ ମହାପାତ୍ରଙ୍କ ସମେତ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଅନୁମାନ କରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ବଡ଼ଜେନା,ଉପଖଣ୍ଡ ପୁଲିସ ଅଧିକାରୀ ବିଶ୍ଵାମିତ୍ର ହରପାଲ,ତାରସିଂ ଥାନା ଅଧିକାରୀ ଭାଗିରଥି ନାୟକ, ଏସଆଇ ସମୀର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିସହ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଜବର ଦଖଲ ଉଚ୍ଛେଦ ନେଇ ପୂର୍ବରୁ ସୂଚନା ଦିଆ ଯାଇଥିବା ବେଳେ ଆଜି ଠାରୁ ସେହି ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର ସୀମାନ୍ତ ବର୍ତ୍ତି ଇଲାକା ହୋଇଥିବା ବେଳେ ମୁଖ୍ୟ ବଜାର ଭାଙ୍ଗିରୁଜି ଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଅଭିଯୋଗ କରିଛନ୍ତି।ଆଗାମୀ ଦିନରେ ପୁଣି ଜବରଦଖଲ ପ୍ରକ୍ରିୟା ହେବ ବୋଲି ଜଣାପଡିଛି।

ରିପୋର୍ଟ ଜେ କେ ପଟ୍ଟନାୟକ

Leave A Reply

Your email address will not be published.