ରାସ୍ତା ନିର୍ମାଣ ପାଇଁ ବିରମହାରାଜପୁର ତ୍ରିବେଣୀ ଛକରୁ ମୁଖ୍ୟଛକ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ।

0 297

ଉଲୁଣ୍ଡା,୨୭/୦୬(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର-ଅମରପାଲି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ବିରମହାରାଜପୁର ତ୍ରିବେଣୀ ଛକ ପର୍ଯ୍ୟନ୍ତ ସରିଥିବାବେଳେ ତ୍ରିବେଣୀ ଛକରୁ ମୁଖ୍ୟ ଛକ ପର୍ଯ୍ୟନ୍ତ ଜବରଦଖଲ ପାଇଁ ଏହା କିଛି ଦିନ ହେଲା ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ।ଏଥିପାଇଁ କିଛି ଦିନ ଆଗରୁ ପ୍ରଶାସନ ରାସ୍ତା ମାପ କରି ଉଚ୍ଛେଦ କରାଯିବ ନେଇ ଜବରଦଖଲକାରୀଙ୍କୁ ନୋଟିସ ଜାରି କରି ସାରିଥିଲେ । ଗତକାଲି ଶନିବାର ସକାଳ ୯ ଟାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ଆଇନ ଶୃଂଖଳାକୁ ଦୃଷ୍ଟିରେ ରଖି ବିରମହାରାଜପୁର ତହସିଲଦାର ବିଜ୍ଞାନ କୁମ୍ଭାର,ଏସଡିପିଓ ଡୋଳାମଣି ଭୋଇ,ଆଇଆଇସି ଅଞ୍ଜଳି କୁମ୍ଭାର,ଏସଆଇ ସୁଦର୍ଶନ ଦେହୁରୀ, ବିଜୟ ବାରିକଙ୍କ ସହ ଦୁଇ ସେକ୍ସନ ପୋଲିସ ଫୋର୍ସ ଏବଂ ମହିଳା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।ଉଚ୍ଛେଦ କାର୍ଯ୍ୟରେ ଦୁଇଟି ଜେସିବି ମେସିନ ଓ ତିନୋଟି ଟ୍ରାକ୍ଟର ନିୟୋଜିତ କରାଯାଇଥିବା ବେଳେ ଏହି ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଚାଲୁ ରହିଛି ।ଏହି ଉଚ୍ଛେଦ କାର୍ଯ୍ୟରେ ଉଫୁଲା ରାଜସ୍ୱ ନିରୀକ୍ଷକ ରୋହିତ ମିଶ୍ରଙ୍କ ସମେତ ପୂର୍ତ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ତ୍ରିବେଣୀ ଛକରୁ ମୁଖ୍ୟଛକ ମଧ୍ୟରେ ଅନେକ ସରକାରୀ କାର୍ଯ୍ୟାଳୟର ବଡ ବଡ ପାଚେରି ରାସ୍ତାକୁ ଲାଗି ରହିଥିବାବେଳେ ଏହାକୁ ଭଙ୍ଗାଯାଇ ନ ଥିବାରୁ ଏଥିରେ ପାତରଅନ୍ତର ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.