ମାଲକାନଗିରି,୨୮/୮ (ପିପିଟି):ମାଲକାନଗିରି ଜିଲ୍ଲାରେ ଆଜି ବି ଅନେକ ଅପହଞ୍ଚ ଅଞ୍ଚଳ ରହିଛି, ଯେଉଁଠି ଯାତାୟାତ ର ସୁବିଧା ନାହିଁ। ଗର୍ଭବତୀ ମହିଳା ଓ ମୁର୍ମୁଷୁ ରୋଗୀ ଯେତେବେଳେ ଜୀବନ ମରଣ ସମସ୍ଯା ସମ୍ମୁଖୀନ ହେବାକୁ ଚିକିତ୍ସାଳୟକୁ ତୁରନ୍ତ ଯିବା ପାଇଁ ଗାଁ ରାସ୍ତା ଖଣ୍ଡିକ ବିରାଟ ପ୍ରତିବନ୍ଧକ ହୋଇ ଦଣ୍ଡାୟମାନ ହୋଇଥାଏ। ହସ୍ପିଟାଲରେ ବିଳମ୍ବରେ ରୋଗୀ ପହଞ୍ଚିବା କାରଣ ଡାକ୍ତର ରୋଗୀକୁ ବଞ୍ଚାଇ ପାରେ ନାହିଁ। ତେଣୁ ଗମନାଗମନ ପାଇଁ ଭଲ ରାସ୍ତାଟିଏ ନଥିଲେ,ସେ ଗାଁଟି ଲୋକଙ୍କ ଲାଗି ଚିର ଅଭିଶପ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ।
ସମିତି ଏକ ଘଟଣା ଘଟିଛି କାଲିମେଳା ବ୍ଲକ,ତଣ୍ତାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି-୭୯ ଗାଁ ଠାରୁ ଅଧା କିମି ଦୂରରେ ଅବସ୍ଥିତ ନୂଆଗୁଡ଼ ଗାଁରେ। ଏହି ଅଧା କିମି ରାସ୍ତା ମରାମତି ଅଭାବରୁ ଆଜି ଜଣେ ମୁର୍ମୁଷୁ ଅବସ୍ଥା ପଡିଥିବା ରୋଗୀକୁ ଖଟିଆରେ ବହି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଲା ଯାଇଥିଲା।
ଆଜକୁ ୫ମାସ ହେଲା କିଡନୀ ରୋଗରେ ଅନାବୁ ସୁନାଙ୍କ ସ୍ତ୍ରୀ ଅବନ୍ତି ସୁନା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ୨୪ ଥର ଡାଏଲେସିସ୍ କରାଗଲାଣି।ଆଜି ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା।କିନ୍ତ ଏମଭି-୭୯ ଠାରୁ ନୂଆଗୁଡାକୁ ଯିବା ପାଇଁ ଅତ୍ୟନ୍ତ ଜରାଜୀର୍ଣ୍ଣ ରାସ୍ତା ଥିବାରୁ ଆମ୍ବୁଲାନ୍ସ ଗାଡ଼ିଟି ଏମଭି-୭୯ ଗାଁ ରେ ଅଟକି ଯାଇ ଥିଲା। ପରିବାର ଲୋକେ ବାଧ୍ୟ ହୋଇ କିଡନୀ ରୋଗରେ ପୀଡ଼ିତ ଅବନ୍ତି ସୁନାଙ୍କୁ ଖଟିଆରେ ବୁହା ଯାଇ ଅଧା କିଲୋମିଟର ଆଣିଲା ପରେ ଅପେକ୍ଷା ରତ ଆମ୍ବୁଲାନ୍ସରେ ଧରି ମାଲକାନଗିରି
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୀର୍ଘ ୭୦ କିମି ରାସ୍ତା ଅତିକ୍ରମ କରି ଭର୍ତ୍ତି କରାଯାଇଥିଲା।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)