ରାସ୍ତା କାମ ବିଳମ୍ବ ହେତୁ ଦାନା ବାନ୍ଧୁଛି ଜନ ଅସନ୍ତୋଷ।

0 79

ବୋଲଗଡ଼,୧୧/୧୨(ପିପିଟି):ସରକାରଙ୍କର ସମସ୍ତ ନିୟମକୁ ଫୁ କରିଛି ଠିକାଦାର,ନା ଭୟ ଅଛି ପ୍ରଶାସନକୁ ନା ଭୟ ଅଛି ସାଧାରଣ ଜନତା କୁ ସବୁ ନିୟମକୁ ବେଖାତିର କରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଠିକାଦାର କାମ କରିଚାଲିଛି ନାଅଛି ଫଳକ ନା ଅଛି ଟଙ୍କାର ପରିମାଣ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ର ସାଗର ଗାଁ ପଞ୍ଚାୟତର ହଳଦୀପଦା ପୂର୍ତବିଭାଗ ରାସ୍ତା ଠାରୁ ୪କିମି ଦୀର୍ଘ ପାଟବନ୍ଧ ଗ୍ରାମ୍ୟ ସଡକକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା। ଯାହାକି ଜରିପଡା ଠାରୁ ପାଟବଂନ୍ଧ ଦୁଇକିମି ରାସ୍ତା ବିନା ଫଳକରେ ଠିକାଦାର କାମ କରୁଥିବାର ଦେଖିବାକୁ ମିଳିଛି।ଆଠ ମାସ ହେବ ରାସ୍ତାରୁ ଚିପ୍ସ୍ ଗୋଡି ବାହାରିପଡିଲାଣି। ଚାଲିଥିବା ରାସ୍ତା କୁ ପାଞ୍ଚଟି ଗ୍ରାମର ଲୋକମାନେ ପଞ୍ଚାୟତ ସ୍କଲୁ ଏମିତି କି ମେଡିକାଲ ଜିବା ପାଇଁ ଭରସା କରିଛନ୍ତି କିନ୍ତୁ ଠିକାଦାର ମନମୁଖୀ ଆଧାଆଧୀ କାମ କରି ଚାଲି ଯାଇଥିବାରୁ ଗ୍ରାମବାସୀ ମାନଙ୍କ ମନରେ ଅସୋନ୍ତଷର ଦାନା ବାନ୍ଧିବାର ଦେଖିବାକୁ ମିଳିଛି। ସେଇ ରାସ୍ତାରେ ଯିବା ସମୟରେ ଗୋଡହାତ ଭାଙ୍ଗିବ ସହିତ ଖଣ୍ଡିଆ ଖପରା ହୋଇଥିବା ଦେଖିବାକୁ ମିଳୁଛି। ଏପରିକି ଯାତାୟତ ରେ ଜିବା ଆସିବା କରିବାପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ,ତେଣୁ ରାସ୍ତା କାର୍ଯ୍ୟ ବିଳମ୍ବ ନ କରି ଖୁବ୍ ଶୀଘ୍ର କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଅଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.