ରାସ୍ତା ଅବ୍ୟବସ୍ଥାକୁ ନେଇ ଆମରଣ ଅନଶନ ।

0 219

ଭଞ୍ଜନଗର, ୧୯/୦୧(ପିପିଟି ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଲାଲ ସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ଛେଦାଭୂମି ରାସ୍ତାରେ ଦୀର୍ଘଦିନ ହେଲା ଅବ୍ୟବସ୍ଥା ଲାଗି ରହିଛି। ଯାହା ଫଳରେ ସ୍ଥାନୀୟ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଆଜି ପର୍ଯନ୍ତ ତାହାର ସମାଧାନ ହୋଇ ପାରୁନି। ଶେଷରେ ବାଧ୍ୟହୋଇ ଆଜି ଠାରୁ ଆମରଣ ଅନଶନକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ସାହୁ। ଦୀର୍ଘଦିନ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଏହି ସିମେଣ୍ଟ କଂକ୍ରିଟ ରାସ୍ତାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାନୀୟ ଜଳଯୋଗାଣ ନିମନ୍ତେ ପାଇପ ବିଛାଇବା ସକାଶେ ଖୋଳା ଯାଇଥିଲା।ସେଥିରେ ପାଇପ ପକାଯିବା ପରେ ଉକ୍ତ ରାସ୍ତାକୁ ଅଧ ପନ୍ତରିଆ ଭାବେ ଛାଡ଼ି ଦିଆଯାଇଛି। ଫଳରେ ସେହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟିବା ସହ ଟ୍ରାଫିକ ସମାସ୍ୟା ବୃଦ୍ଧି ପାଇଲା। ତେଣୁ ଯାତାୟାତରେ ବାଧା ସୃଷ୍ଟି ହେଲା। ଏହାଦେଖି ବରିଷ୍ଠ ନାଗରିକ ସତ୍ୟନାରାୟଣ ସାହୁ ପତ୍ର ମାଧ୍ୟମରେ ନିଜ ଅଭିଯୋଗ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ।ଏହାପରେ ପୋଲିସ ପ୍ରଶାସନ ଉପସ୍ଥିତିରେ ୧୦ଦିନ ମଧ୍ୟରେ ଏହାର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଆରଡ଼ି ବିଭାଗ ପ୍ରତିଶୃତି ଦେଇଥିଲା। ହେଲେ ତରବରିଆ ଭାବେ ଉକ୍ତ ନିର୍ମାଣ କାର୍ଯ୍ୟକୁ ସଠିକ ରୂପେ କରା ନଯିବାରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।ତେଣୁ ଏହାର ପୁନଃନିର୍ମାଣ ପାଇଁ ଆଜି ଶ୍ରୀ ସାହୁ ଉକ୍ତ ରାସ୍ତା ଉପରେ ଆମରଣ ଅନଶନରେ ବସିଥିଲେ।ଖବର ପାଇ ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଆରଡ଼ି ବିଭାଗ କର୍ମଚାରୀ ଓ ପୋଲିସ ସେଠାରେ ପହଁଞ୍ଚି ଆଲୋଚନା ପାଇଁ ଶ୍ରୀ ସାହୁଙ୍କୁ ଥାନାକୁ ଡାକିଥିଲେ। ସେଠାରେ ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଏହାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ଶ୍ରୀ ସାହୁ ଅନଶନରୁ ଉଠିଥିଲେ।

ରିପୋର୍ଟ୍ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.