ରାସ୍ତାରୁ ଗୋଟାଇଥିବା ଟଙ୍କାକୁ ମହିଳାଙ୍କୁ ଫେରାଇଲେ କାଉନସିଲର୍ ପ୍ରତିନିଧି ଜିତେନ୍ଦ୍ର ।

0 52

ବେଲଗୁଣ୍ଠା, ୦୩୵୧୦(ପିପିଟି):ରାସ୍ତାରୁ ଗୋଟାଇଥିବା ନଗଦ ଟଙ୍କା,ଆଧାର କାର୍ଡ୍ ଏବଂ ଏଟିଏମ୍ କାର୍ଡ଼କୁ ମହିଳାଙ୍କୁ ଫେରାଇ ନିଜ ମହାନତା ଦେଖାଇଛନ୍ତି ସୂଚନା ପ୍ରକାରେ ଜିଲିବା ଗ୍ରାମର ରଞ୍ଜନା ପ୍ରଧାନ (45) କୌଣସି କାମରେ ବେଲଗୁଣ୍ଠା ଆସିଥିବା ବେଳେ ନିଜର ନଗଦ 1830 ଟଙ୍କା ସହିତ ଆଧାର କାର୍ଡ୍ ଏବଂ ଏଟିଏମ୍ କାର୍ଡ୍ ହଜାଇ ଦେଇଥିଲେ । ଏହି ଟଙ୍କା, ଆଧାର କାର୍ଡ୍ ଏବଂ ଏଟିଏମ୍ କାର୍ଡ଼କୁ ବେଲଗୁଣ୍ଠା 10 ନମ୍ବର କାଉନସିଲର୍ ପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି ପାଇବା ପରେ ଆଧାର କାର୍ଡ୍ ରୁ ମହିଳାଙ୍କ ଠିକଣା ଜାଣି ତାଙ୍କୁ ଫୋନ୍ କରି ଡକାଇ ଟଙ୍କା ଏବଂ ଏଟିଏମ କାର୍ଡ଼ ଓ ଆଧାର କାର୍ଡ ଫେରାଇଦେଇଥିଲେ । ନିଜର ହଜିଯାଇଥିବା ଟଙ୍କା ଏବଂ ସାମଗ୍ରୀ ପାଇବା ପରେ ମହିଳା ଜଣଙ୍କ ଜିତେନ୍ଦ୍ର ସୁବୁଦ୍ଧିଙ୍କୁ କୃତଜ୍ଞତା ଜଣାଇଥିଲେ । ଜିତେନ୍ଦ୍ରଙ୍କ ଏହିଭଳି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.