ରାଷ୍ଟ୍ରୀୟ ଗୋ ଵିକାଶ ପ୍ରକଳ୍ପ ଆନୁକୁଲ୍ୟରେ ସ୍ଵଚ୍ଛ ଦୁଗ୍ଧ ଉତ୍ପାଦନ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 57

ସୁବର୍ଣ୍ଣପୁର ,୨୩/୦୬(ପିପିଟି):ରାଷ୍ଟ୍ରୀୟ ଗୋ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ କଲାପଥର ଦୁଗ୍ଧ ଉତ୍ପାଦକ ସମଵାୟ ସମିତି ଲିଃ. ସୈାଜନ୍ଯରୁ ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘ ଲିଃ. ସମ୍ଵଲପୁର ସହଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଠାରେ ଏକ ସ୍ଵଚ୍ଛ ଦୁଗ୍ଧ ଉତ୍ପାଦନ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସମବାୟ ସମିତି ସଭାପତି ଗିରିଜା ପ୍ରସାଦ ମହାକୁରଙ୍କ ପୌରହିତ୍ୟରେ ଆୟୋଜିତ ଶିବିରର ପ୍ରଥମ ଦିନ ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘ ଲିଃ. ସମ୍ଵଲପୁରର ଡେ଼ପୁଟି ମେନେଜର ସଂଜୀବ କୁମାର ଶତପଥୀ ଯୋଗ ଦେଇଥିଲେ । ସେହିପରି ଅଞ୍ଚଳ ଭାରପ୍ରାପ୍ତ ଅଧିକାରୀ ସୁଵର୍ଣ୍ଣପୁର ସହଦେବ ଶତପଥୀ ଯୋଗ ଦେଇ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହିତ ତାଲିମ ପ୍ରଦାନ କରିଥିଲେ l ଦ୍ଵିତୀୟ ଦିନରେ ଉଲୁଣ୍ଡା ବ୍ଲକ ଚିକିତ୍ସlଧିକାରୀ ଓ ତୃତୀୟ ଦିନରେ ସହଦେଵ ଶତପଥୀଙ୍କ ସହିତ ଉଲୁଣ୍ଡା ଵ୍ଲକ ଚିକିତ୍ସା ଅଧିକାରୀ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ।ଶିବିରର ଶେଷ ଦିନରେ ସେକ୍ରେଟାରୀ କଲାପଥର ଦୁଗ୍ଧ ଉତ୍ପାଦକ ସମଵାୟ ସମିତି ଲିଃ. କଳାପଥରର ଅମୀୟ କୁମାର ପଧାନ ଯୋଗ ଦେଇ ଧନ୍ଯବାଦ ଅର୍ପଣ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.