ରାଷ୍ଟ୍ରପତି ଙ୍କୁ ଭେଟିବେ ବାଲ୍ୟବନ୍ଧୁ ଗୌରୀ ମଲ୍ଲିକ।

0 320

ବୋଲଗଡ଼,୨୪/୧୧(ପିପିଟି): ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ଗୌରୀ ମଲ୍ଲିକ। ସେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବାଲ୍ୟ ବନ୍ଧୁ ଅଟନ୍ତି । ଦୀର୍ଘ ୫୦ ବର୍ଷ ପରେ ଭେଟ ହେବାକୁ ଯାଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଗୌରୀ ମଲ୍ଲିକ । ୧୯୭୧ ମସିହାରୁ ୧୯୭୪ ପର୍ଯ୍ୟନ୍ତ ଭୁବନେଶ୍ୱର ର ୨ ନମ୍ବର ସ୍ଥିତ ବାଳିକା ବିଦ୍ୟାଳୟ ରେ ପଢୁଥିଲେ ଏବଂ ଛାତ୍ରାବାସରେ ଏକାଠି ରହୁଥିଲେ । ପାଠ ପଢି ସାରିବା ପରେ କାହା ସହିତ କାହାର ସମ୍ପର୍କ ରହିନଥିଲା । କିନ୍ତୁ ଦ୍ରୌପଦୀ ରାଜନୀତି ରେ ପାଦ ଥାପିଥିଲେ । ଦ୍ରୌପଦୀଙ୍କୁ ଟିଭି ଓ ପେପର୍ ରେ ଦେଖି ପିଲାବେଳର କଥା ମନେ ପକାଇ ସାଇତି ରଖିଥିବା ଫଟୋ କୁ ଦେଖି ଜାଣିପାରୁଥିଲେ । ତାଙ୍କୁ ଭେଟିବା ପାଇଁ ମଧ୍ୟ ମନରେ ବହୁତ ଇଚ୍ଛା ହେଉଥିଲା କିନ୍ତୁ ଭେଟି ପାରୁନଥିଲେ । ପ୍ରଶାସନ ର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ଗୌରୀ । ବର୍ତ୍ତମାନ ପ୍ରଶାସନ ର ସହାୟତାରେ ବହୁଦିନର ଆଶା ଆଜି ପୂର୍ଣ୍ଣ ହେବାକୁ ଯାଉଛି ଆସନ୍ତା ୨୬ ତାରିଖ ରବିବାର ଦିନ ମହାମହିମ ଙ୍କୁ ଭୁବନେଶ୍ୱର ରେ ଭେଟିବେ ଗୌରୀ ମଲ୍ଲିକ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.