ବ୍ରହ୍ମପୁର,୧୩/୦୨(ପିପିଟି):ବରିଷ୍ଠ ରାମ ନାଟକ ଗୁରୁ କୃଷ୍ଣ ସାମଲ ଚଳିତ ମାସ ଏଗାର ତାରିଖ ବୁଧବାର ରାତ୍ର ଆଠ ଘଟିକା ସମୟେ ସୁକୁଣ୍ଡା ଗ୍ରାମ ସ୍ଥିତ ସ୍ଵ ବାସଭବନ ଠାରେ ବାର୍ଦ୍ଧକ୍ୟ ଜନିତ ସ୍ଵର୍ଗାରୋହଣ କରିଛନ୍ତି । ସେ ଜଣେ ଅମାୟିକ, ଧର୍ମପ୍ରାଣା, ସଂସ୍କୃତି ସମ୍ପନ୍ନ, ପ୍ରଥିତଯଶା ରାମ ନାଟକ ନିର୍ଦ୍ଦେଶକ ଥିଲେ। ହରିଡ଼ାଖଣ୍ଡି, ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ ନାଟ୍ୟ ସଂଘ ସହ ସେ ଓତଃପ୍ରୋତ ଭାବେ ଜଡିତ ଥିଲେ। ତାଙ୍କ ବିୟୋଗରେ ଆଜି ପୂର୍ବାହ୍ନ ଦଶ ଘଟିକା ସମୟେ ହରିଡ଼ାଖଣ୍ଡି ରାମ ନାଟକ ଆଖଡ଼ା ପରିସରରେ ଶୋକ ସଭା, ନାମ ସଂକୀର୍ତ୍ତନ ଏବଂ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ସଂସ୍ଥାର ଜନୈକ ନାଟ୍ୟ ନିର୍ଦ୍ଦେଶକ ଅରୁଣ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏବଂ ଉପମହାସଚିବ ପ୍ରଦୀପ କୁମାର ସାହୁ ଯୋଗଦେଇ ଗୁରୁ କୃଷ୍ଣ ସାମଲ ଜଣେ ପ୍ରଥିତଯଶା ରାମ ନାଟକ ନିର୍ଦ୍ଦେଶକ ଥିଲେ ଏବଂ ତାଙ୍କର ଅବର୍ତ୍ତମାନ ଲୋକ ନାଟକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ମତବ୍ୟକ୍ତ କରିଥିଲେ। ନାଟ୍ୟ ସଂଘ ତରଫରୁ ସର୍ବଶ୍ରୀ ରବୀନ୍ଦ୍ର ବେହେରା, ରାଜେନ୍ଦ୍ର ରେଡ୍ଡୀ, ରବୀନ୍ଦ୍ର ପ୍ରଧାନ, ହରେକୃଷ୍ଣ ମହାରଣା, କୈଳାସ ଜେନା, ଶଙ୍କର୍ଷଣ ଗୌଡ଼, ସନ୍ତୋଷ ଜେନା,କୃଷ୍ଣ ପ୍ରଧାନ, ପ୍ରଭାତ ବେହେରା, ଭାଗିରଥି ବେହେରା, ରାକେଶ ବେହେରା,ସନାତନ ପ୍ରଧାନ, ମାନସ ଜେନା,ରାମ ମଲିକ, ତ୍ରିପତି ଜେନା, ଚନ୍ଦନ ପ୍ରଧାନ, ଛବି ବେହେରା, ବବୁଲ ବେହେରା, ରାମହରି ମହାରଣା ପ୍ରମୁଖ ସମସ୍ତ ରାମ ନାଟକ କଳାକାର ତଥା କେତେକ ଶ୍ରଦ୍ଧାଳୁ ହରିଡ଼ାଖଣ୍ଡି ଗ୍ରାମବାସୀ ଉପସ୍ଥିତ ରହି ଆପଣା ଗୁରୁଙ୍କ ସ୍ମୃତି ଚାରଣ କରିବା ସହ ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସର୍ବ ପ୍ରଥମେ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।