ରାମଗଡ଼ରେ ଦନ୍ତା ହାତୀ, ଲୋକେ ଭୟଭୀତ।

0 209

ହରଭଙ୍ଗା,୦୮/୦୫ :ବୌଦ୍ଧ ବନଖଣ୍ଡ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାମଗଡ଼ ମହାନଦୀ ପଠାରେ ଏକ ଜଙ୍ଗଲୀ ଦନ୍ତା ହାତୀ ଗୁରୁବାର ସକାଳୁ ଉପଦ୍ରବ ଚଳେଇଥିବା ଜଣାପଡିଛି। ହାତୀଟି ଅନୁଗୁଳ ଜିଲ୍ଲା ଆଠମଲିକ ପାର୍ଶ୍ଵରୁ ମହାନଦୀ ପାର ହୋଇ ବୌଦ୍ଧ ପଟକୁ ଚାଲିଆସିଥିବା ଜଣାପଡିଛି। ହାତୀ ମହାନଦୀ ପଠାରେ ଥିବା ଆମ୍ବବଗିଚାରେ ପଶି ଉପଦ୍ରବ କରିଥିବା ବେଳେ ପାଖରେ ଥିବା ତରଭୁଜ, ପନିପରିବା ଫସଲ ନଷ୍ଟ କରିବା ଯଥେଷ୍ଟ ଆଶଙ୍କା ରହିଛି। ହାତୀକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀର ସୁରକ୍ଷା ଦୃଷ୍ଟି ରେ ରଖି ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଥିବା ବେଳେ ପୁରୁଣାକଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ ତାଙ୍କ ଟିମ ସହ ଘଟଣାସ୍ଥଳରେ ପହଁଚି ହାତୀର ଗତିବିଧି ଅନୁଧ୍ୟାନ ଚଳେଇଛନ୍ତି । ହାତୀଟି ବର୍ତ୍ତମାନ ନଳିଆ ଘାଟ ପାଖରେ ଥିବା ଜଣାପଡିଛି ।

Leave A Reply

Your email address will not be published.