ରାଜ ରାସ୍ତାରେ ଜଳିଗଲା କଣ୍ଟେନର ।

0 269

ସିମୁଳିଆ,୨୫/୦୫:ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ସମୟରେ କୁରିୟର କଣ୍ଟେନରରେ ନିଆଁ ଲାଗିହୋଇ ହୁତୁହୁତୁ ଜଳିଯାଇଛି । ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଭଗିଆଶୁଣି ଛକ ନିକଟରେ କୁରିୟର କଣ୍ଟେନରେ ଚାଲୁଥିବା ଅବସ୍ଥାରେ ଧୂଆଁ ବାହାରୁଥିବା ଦେଖି ଗାଡି ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିଟିକୁ ଛିଡ଼ା କରି ଗାଡ଼ିରୁ ଓହ୍ଲେଇ ପଡ଼ିଥିଲେ । ପରେ କଣ୍ଟେନରଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । କଣ୍ଟେନରଟି ବିଳାସପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାର ଜଣାପଡିଛି । ଖବର ପାଇ ଅଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.