ରାଜ ଯୁବ ପ୍ରତିଷ୍ଠାନ ଓ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ରାଜସୁନାଖଳା କୁ ଏନ.ଏ.ସି ମାନ୍ୟତା ପାଇଁ ସାମ୍ବାଦିକ ସମ୍ମିଳନୀ ଡାକରା।

0 201

ରାଜସୁନାଖଳା,୨୮/୦୮(ପିପିଟି): ୨୦୧୪ ମସିହାରେ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରା:ପକୁ ନେଇ ରାଜସୁନାଖଳା ଏନ.ଏ.ସି ଗଠନ ପାଇଁ ଓଡିଶାର ରାଜ୍ୟ ସରକାର ଘୋଷଣା କରିଥିବା ବେଳେ କିନ୍ତୁ ୨୦୨୫ରେ ବାଦ ପଡିବା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ଅଟେ ଓ ଯାହାକୁ ନେଇ ଉଭୟ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରା:ପ ବାସୀ ସମ୍ପୂର୍ଣ୍ଣ ଭାବରେ ମର୍ମାହତ lଏଣୁ ଉକ୍ତ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରା:ପକୁ ନେଇ ତୁରନ୍ତ ରାଜସୁନାଖଳା ଏନ.ଏ.ସି ଘୋଷଣା ଦାବିରେ ଆସନ୍ତା ତା.୨୯/୦୮ରିଖ ଦିବା ଘଟିକା ସମୟରେ ରାଜ ଯୁବ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସାମାଜିକ ସଙ୍ଗଠନ ମାନଙ୍କର ମିଳିତ ଉଦ୍ୟମ କ୍ରମେ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି।
ରାଜସୁନାଖଳା ଗଣେଶ ବଜାର ଲକ୍ଷ୍ମୀ ଟାୱାର ପାଖରେ ଥିବା ଲଜ୍ ରେ ସାମ୍ବାଦିକ ସମ୍ମିଳନୀ ପାଇଁ ଡାକରା ଦିଆଯାଇଥିବା ବେଳେ ସମସ୍ତ ସଂଗ୍ରାମୀ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରା:ପବାସୀଙ୍କୁ ଜରୁରୀ ଉପସ୍ଥିତ ରହି କିଭଳି ରାଜସୁନାଖଳାକୁ ଏନ.ଏ.ସି ପାଇଁ ଦାବୀ ସମ୍ବନ୍ଧୀୟ ଆଲୋଚ୍ୟ ବିଷୟରେ ଭାଗ ନେବା ଓ ସ୍ୱାଭିମାନ ଫେରିପାଇବା ପାଇଁ ସଂଗ୍ରାମ ଜାରି ରଖିବା ପାଇଁ ରାଜସୁନାଖଳା ରାଜ ଯୁବ ପ୍ରତିଷ୍ଠାନ ଓ ଆଇନଜୀବୀ ରାଜୀବ ଲୋଚନ ପ୍ରଧାନ ଡାକରା ଦେଇଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.