ରାଜ୍ୟ ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଏହେସାସ ତାଇକଣ୍ଡୋ ଏକାଡେମୀକୁ ୧୬ ପଦକ ।

0 240

ଉଲୁଣ୍ଡା ,୨୪/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ର ଏହେସାସ ତାଇକଣ୍ଡୋ ଏକାଡେମୀ ରାଜ୍ୟ ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା ରେ ସଫଳତା ହାସଲ କରିଛି। ଉକ୍ତ ପ୍ରତିଯୋଗିତାରେ ଏକାଡେମୀକର ଖେଳାଳୀଙ୍କୁ ୧୬ ଗୋଟି ପଦକ ମିଳିଥିବା ଜଣାଯାଇଛି । ରାଜ୍ୟ ତାଇକଣ୍ଡୋ ସଂଘ ପକ୍ଷରୁ ପୁରୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ଏହେସାସ ତାଇକଣ୍ଡୋ ଏକାଡେମୀର ୨୭ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଓମପ୍ରକାଶ ସେଠୀ ଏବଂ ରାଜଲକ୍ଷ୍ମୀ ସାହୁଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ତଥାସ୍ତୁ ସାହୁ,ଭିଭାନ ଚୌଧିରୀ,ପାୟଳ ଧରୁଆଙ୍କୁ ସିଲଭର ମେଡାଲ ସେହିଭଳି ପ୍ରୀୟଦର୍ଶନୀ କର,ସାଇ ଶୁଭମ,ତନୟା ପଟ୍ଟନାୟକ,ତାସା ନାଏକ,କ୍ରିଷ୍ଣା କୁଦେଇ,ଶିଧାନ୍ତ ପୁରୋହିତ,ଅର୍ପିତା ପ୍ରଧାନ,ବିନାୟକ ଛନ୍ଦ,ଅଙ୍କିତ ମହାକୁର,ଲଭମ ସା,କ୍ରୀଷ୍ଣା କୁଦେଇଙ୍କୁ ବ୍ରୋଂଜ ମେଡାଲ ମିଳିଥିବା ଜଣାଯାଇଛି । ଖେଳାଳୀଙ୍କ ଏହି ସଫଳତା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ପକ୍ଷରୁ ସଭାପତି ରବୀନ୍ଦ୍ର ହୋତା ଏବଂ ସଂପାଦକ ଏହେସାସ ହୋତା ସମସ୍ତ ପଦକ ଜିଣିଥିବା ଖେଳାଳୀ ଏବଂ କୋଚ ଅନ୍ୱେଶ ହୋତା,ମହେନ୍ଦ୍ର ରଣା,ମନିଷ ମହାନ୍ତୀ,ହର୍ଷିତା ନଏକ,ସୁରଜ ପଟ୍ଟନାୟକ,ବିଶ୍ୱରଂଜନ ସାହୁ ପ୍ରମୁଖଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.