ରାଜ୍ୟ ସ୍ତରୀୟ ଓପନ ଟାଏକଣ୍ଡୋ କ୍ରୀଡାରେ କୃତିତ୍ବ ଅର୍ଜନ କଲେ କନ୍ଧମାଳର ଛାତ୍ରଛାତ୍ରୀ ।

0 214

କନ୍ଧମାଳ, ୩୦/୧୨(ପିପିଟି): କନ୍ଧମାଳ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ରାଜ୍ୟ ସ୍ତରୀୟ ଟାଏକଣ୍ଡୋ କ୍ରିଡ଼ା ରେ ସଫଳତା ଅର୍ଜନ କରି ଫେରିଛନ୍ତି । ଭଦ୍ରକ ଠାରେ ଅନୁଷ୍ଠିତ ତିନିଦିନିଆ ରାଜ୍ୟ ସ୍ତରୀୟ ଓପନ ଟାଏକୋଣ୍ଡୋ ପ୍ରତିଯୋଗୀତା ରେ କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ଟାଏକଣ୍ଡୋ ପ୍ରଶିକ୍ଷକ ଭିନସ୍ କୁମାର ନାୟକ ଙ୍କ ପ୍ରଶିକ୍ଷଣ ରେ ୨୫ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସେଥି ମଧ୍ୟରୁ ସ୍ବର୍ଣ୍ଣ ପଦକ ରେ ଅପୂର୍ବା ଆର୍ଯ୍ୟ, ଦିବ୍ୟାଦର୍ଶନୀ ପ୍ରଧାନ, ଏସ କେ ଶ୍ରୀଭା ପ୍ରଧାନ, ଆଶୁତୋଷ ପ୍ରଧାନ ଥୂବା ବେଳେ ରୌପ୍ୟ ପଦକ ରେ ଇଶାନ ଆଦିତ୍, ଆର୍ୟାନ୍ ଅନସାରୀ, ଆରୋହୀ ନାୟକ, ପରିନିତା ପ୍ରଧାନ, ସ୍ମିତାରାଣି ନାୟକ, ସ୍ନେହା ପାଣିଗ୍ରାହୀ ପ୍ରମୁଖ ପଦକ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି । ସେହିପରି ୧୫ ଜଣ କାଂସ୍ୟ ପଦକ ମଧ୍ୟ ହାସଲ କରିପାରିଛନ୍ତି । ଟାଏକଣ୍ଡୋ ଭଳି କ୍ରୀଡା ପ୍ରତି ଆଗ୍ରହ ଦେଖାଇବା ଏବଂ ଏଥିରେ ଛାତ୍ର ଛାତ୍ରୀ ମାନଙ୍କ ସଫଳତା କୁ ନେଇ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.