ହିଞ୍ଜିଳିକାଟୁ,୨୯/୦୧(ପିପିଟି ) :ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ ପକ୍ଷରୁ ଆଗାମୀ ଜାନୁଆରୀ ତା ୩୧/୦୧/୨୪ ରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ଏମ.ଏସ.ପି ପୁରସ୍କାର ବିତରଣ ମହାସମାରୋହ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କର ଅଧୀନରେ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ରହିଛି ।ଏହି ପୁରସ୍କାର କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୦୨ଘଣ୍ଟ ୩୦.ମିନଟରୁ ଆରମ୍ଭ ହୋଇ ରାତ୍ର ୦୭.୩୦ ଘଣ୍ଟ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ ଶେଷ ହେବ ବୋଲି ସୂଚନା ମିଳିଛି । ଏହି କ୍ରମରେ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକ ପାଇଁ ରାଜ୍ୟ ସ୍ତର ଏବଂ ଜିଲ୍ଳା ସ୍ତରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷାନୁଷ୍ଠାନର ତାଲିକା ପ୍ରକାଶ ପାଇଛି I ଗଞ୍ଜାମ ଜିଲ୍ଳା ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଥିବା ରାଜ୍ୟ ସ୍ତରୀୟ ବିଇଓ ପୁରସ୍କାର ପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ସସାନମୁ ଧନଞ୍ଜୟ ମନୋନୀତ ହୋଇଛନ୍ତି । ସେହିପରି ବିଦ୍ୟାଳୟ ମାଧ୍ୟମିକ ଏବଂ ପ୍ରଧାନ ଶିକ୍ଷକ ପୁରସ୍କାର ପାଇଁ ଗଞ୍ଜାମ ଜିଲ୍ଲା ପାତ୍ରପୁରର ପି ୟୁ ପି ଏସ ପୋଲରାଜପୁର ପ୍ରଧାନ ଶିକ୍ଷକ ରାଜେଶ ମହାନ୍ତି,ଦକ୍ଷିଣପୂର ଏନ ୟୁ ପିଏସ,କୁକୁଡାଖଣ୍ଡିର ଏ ପୁଷ୍ପଲତା ପୁରସ୍କୃତ ହେବେ । ରାଜ୍ୟ ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକ ପୁରସ୍କାର ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଳକ୍ ର ସରକାରୀ ଉଚ୍ଚ ବିଦ୍ୟାଳୟ ରଙ୍ଗେଇଲୁଣ୍ଡା,ସରକାରୀ ଉଚ୍ଚ ବିଦ୍ୟାଳୟ ମେଡ଼ିକାଲ କେମ୍ପସ ବ୍ରହ୍ମପୁର।
ଜିଲ୍ଲା ସ୍ତରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକ ପୁରସ୍କାର ପାଇଁ ସ୍କୁଲ ଓ ଶିକ୍ଷକ ମାନେ ହେଲେ ହିଞ୍ଜିଳି ବ୍ଳକ୍ ବେଲଗାଁ ଗଣେଶ ବିଦ୍ୟାପୀଠ ହାଇସ୍କୁଲ ଓ ପ୍ରଧାନ ଶିକ୍ଷକ ରାମହାରି ସାହୁ,ହିଞ୍ଜିଳି ପୋୖର ପରିଷଦ ବୁନ୍ଦାବନ ସରକାରୀ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ, ବେଗୁନିଆପଡା ଲିଙ୍ଗେଶ୍ୱର ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଭି. ଶର, ବେଲଗୁଣ୍ଠା ଡ.ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠ ଓ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ବିଶୋୟୀ, ଧରାକୋଟ ମାଣିକପୁର ହାଇସ୍କୁଲ ଓ ପ୍ରଧାନ ଶିକ୍ଷକ ବାବୁଲା କୁମାର ପ୍ରଧାନ, ସୋରଡା ସରକାରୀ ଅପ ଗ୍ରେଡେଡ ବୋରଦା ହାଇସ୍କୁଲ ଓ ଯଦୁମଣି ତରାଇ ପୁରସ୍କୃତ ହେବେ । ରାଜ୍ୟ ସ୍ତରୀୟ ମାଧ୍ୟମିକ ଶିକ୍ଷକ ପୁରସ୍କାର ଦ୍ଵିତୀୟ ଭାଷା ପାଇଁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ପୋୖର ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଲାଲ ମୋହନ ସାହୁ ,ରଙ୍ଗେଇଲୁଣ୍ଡା ସରକାରୀ ବିଦ୍ୟାଳୟର ତୃତୀୟ ଭାଷା ଶିକ୍ଷକ ନିତ୍ୟାନନ୍ଦ ଦାଶ, ଖଲ୍ଲିକୋଟ କାଞ୍ଚନ ୟୁଜିଏଚଏସ ଗଣିତ ଶିକ୍ଷକ ନିରଞ୍ଜନ ବିଶ୍ୱାଳ,ବୃନ୍ଦାବନ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ପାଢ଼ୀ ପୁରସ୍କୃତ ହେବେ । ଏହିପରି ଭାବେ ଜିଲ୍ଲା ସ୍ତରୀୟ ଶିକ୍ଷକ ସେକେଣ୍ଡରୀ ପୁରସ୍କାର ନିମନ୍ତେ ୪୨ ଶିକ୍ଷକ,ମେରିଟ-କମ ଅର୍ଥ ଛାତ୍ର ପୁରସ୍କାର ପାଇଁ ୬୫ ଜଣ, ଗାଇଡ଼ ଶିକ୍ଷକ,ନେତା ଅଧିକାରୀ, ଡ୍ରାଇଭର ଏବଂ ସାହାଯ୍ୟ କାରି ପାଇଁ ୨୪ ଜଣ ଏହିପରି ଭାବେ ସମୁଦାୟ ଗଞ୍ଜାମ ଜିଲ୍ଲା ପାଇଁ ମନୋନୀତ ହୋଇଥିବା ୧୫୨ଜଣଙ୍କୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବେ ବୋଲି ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସୂଚନା ହସ୍ତଗତ ହୋଇଛି ।
ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ