ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନିନ୍ଦା ।

0 274

ଭଞ୍ଜନଗର, ୧୭/୦୩(ପିପିଟି ):ଦଳ ବିରୋଧୀ କାର୍ଯ୍ୟ ସକାଶେ ରାଜ୍ୟ କଂଗ୍ରେସ ପକ୍ଷରୁ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ଗଞ୍ଜାମ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏହି ୩ ବିଧାୟକ ସମାଲୋଚନାର ଶିକାର ହୋଇଛନ୍ତି। ଗତ ୧୬ତାରିଖରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପିସିସି ସଭାପତିଙ୍କ ନିର୍ଦ୍ଦେଶକୁ ଭୃକ୍ଷେପ ନକରି ଉକ୍ତ ୩ଜଣ ବିଧାୟକ ଦଳ ବିରୋଧରେ କ୍ରସ ଭୋଟିଂ କରିଥିଲେ।ଯାହା ଫଳରେ ଏହାର ପ୍ରଭାବରେ ବିଜେପି ଦଳ ବିଜୟୀ ହୋଇଛି। ତେଣୁ ସେମାନଙ୍କ ବିରୁଦ୍ଧରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ପୂର୍ବତନ କଂଗ୍ରେସ ବ୍ଲକ ଅଧ୍ୟକ୍ଷ ବି ଦଣ୍ଡପାଣି ପାତ୍ର ଓ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ବିଷୋୟୀ ଆଜି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସାମ୍ବାଦିକ ସମ୍ମିଳନୀରେ କ୍ରସ ଭୋଟିଂ କୁ ନିନ୍ଦା କରିବା ସହ ନିଜ ସ୍ୱାର୍ଥ ହାସଲ ପାଇଁ ସେମାନେ ସମସ୍ତ କଂଗ୍ରେସ କର୍ମୀମାନଙ୍କ ବିଶ୍ୱାସରେ ବିଷ ଦେଇଛନ୍ତି।ତେଣୁ ଦଳ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.