ରାଜ୍ୟରେ ଗୋଟିଏ ଦିନରେ ୧୧୯୭ ଜଣଙ୍କ ନମୁନା ଟେଷ୍ଟ ; ସବୁ ନେଗେଟିଭ୍ ।

0 189

ଭୁବନେଶ୍ୱର,୧୬/୦୪- ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ୧୧ଶହ ୯୭ଜଣଙ୍କ ନମୁନା ଟେଷ୍ଟ ହୋଇଛି । ସମସ୍ତ ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି । ଓଡ଼ିଶାରେ ୬୦ରେ ସୀମିତ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ଏହାସହ ସୁନ୍ଦରଗଡ଼ରେ କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତି ଜଣକ ସୁସ୍ଥ ହୋଇଛନ୍ତି । ଖୁବଶୀଘ୍ର ତାଙ୍କୁ ଡିସଚାର୍ଯ କରାଯିବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ କରୋନାରେ ଆକ୍ରାନ୍ତ ଥିବା ୬୦ଜଣଙ୍କ ମଧ୍ୟରୁ ୧୯ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବତ୍ତର୍ମାନ ୪୦ଜଣ କରୋନାରେ ଆକ୍ଟିଭ ରହିଛନ୍ତି ।

Leave A Reply

Your email address will not be published.