ରାଜ୍ଯସଭା ସାଂସଦ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ।

0 914

ଭୁବନେଶ୍ୱର,୦୯/୦୫ : ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ଆଜି ପରଲୋକ ହୋଇ ଯାଇଛି । ତାଙ୍କ ପରଲୋକ ନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ସୁଚନା ଦେଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିବା ବେଳେ ୭୮ ବୟସରେ ତାଙ୍କର ନିଧନ ହୋଇଛି । ସେ ଗତ ୨୨ ତାରିଖରେ କରୋନା ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଅପରାହ୍ନ ୩ଟା ୪୯ରେ ରଘୁନାଥଙ୍କ ନିଧନ ହୋଇଛି । ସେ ପଦ୍ମଶ୍ରୀ, ପଦ୍ମଭୁଷଣ ଓ ପଦ୍ମବିଭୂଷଣରେ ମଧ୍ୟ ସମ୍ମାନିତ ହୋଇଥିଲେ । ରଘୁନାଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

Leave A Reply

Your email address will not be published.