ରାଜସ୍ବ ପ୍ରଶାସନ କ୍ଷେତ୍ରରେ ଯାଜପୁର ଜିଲ୍ଲା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

0 211

ଯାଜପୁର,୦୬/୦୬(ପିପିଟି): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭୁବନେଶ୍ୱର ଠାରେ ଦୁଇଦିନିଆ ରାଜସ୍ବ ଅଧିକାରୀ ମାନଙ୍କର ସମ୍ମିଳନୀ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂହଦେଓ, ରାଜସ୍ବ ଓ ବିପର୍ଯ୍ୟୟ ପରିଚଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଓ କୋରୋଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇଥିଲେ । ରାଜସ୍ବ ବିଭାଗ ରେ ଉଲ୍ଲେଖନୀୟ ସେବା ଯୋଗାଇ ଦେବାରେ ଯାଜପୁର ଜିଲ୍ଲା ରାଜ୍ୟରେ ୨ୟ ସ୍ଥାନ ଅଧିକାର କରି ଉତ୍କର୍ଷତାର ପ୍ରମାଣପତ୍ର ଗ୍ରହଣ କରିଅଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ ଶିବାନନ୍ଦ ସ୍ୱାଇଁ,ଉପଜିଲ୍ଲାପାଳ ତାପସ ରଂଜନ ବେହୁରୀ ଏବଂ ଜିଲ୍ଲାର ସମସ୍ତ ତହସିଲଦାର ମାନେ ଅତିଥି ମାନଙ୍କ ଠାରୁ ଉତ୍କର୍ଷତାର ପ୍ରମାଣପତ୍ର ଗ୍ରହଣ କରିଥିଲେ ।

Leave A Reply

Your email address will not be published.