ରାଜସୁନାଖଳାକୁ ଏନଏସସି ମାନ୍ୟତା ପାଇଁ ଦାବି ।

0 476

ରାଜସୁନାଖଳା,୧୬/୦୩(ପିପିଟି): ୨୦୧୪ ମସିହାରେ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରା:ପକୁ ନେଇ ରାଜସୁନାଖଳା ଏନ.ଏ.ସି ଗଠନ ପାଇଁ ଓଡିଶାର ରାଜ୍ୟ ସରକାର ଘୋଷଣା କରିଥିବା ବେଳେ କିନ୍ତୁ ୨୦୨୪ରେ ବାଦ ପଡିବା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ଅଟେ ଓ ଯାହାକୁ ନେଇ ଉଭୟ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରା:ପ ବାସୀ ସମ୍ପୂର୍ଣ୍ଣ ଭାବରେ ମର୍ମାହତ lଏଣୁ ଉକ୍ତ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରା:ପକୁ ନେଇ ତୁରନ୍ତ ରାଜସୁନାଖଳା ଏନ.ଏ.ସି ଘୋଷଣା ଦାବିରେ ଆସନ୍ତା ତା.୧୭.୦୩.୨୦୨୪ ରିଖ(ରବିବାର) ଦିବା ୧୦.୦୦ ଘଟିକା ସମୟରେ ରାଜସୁନାଖଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଅତ୍ୟନ୍ତ ଜରୁରୀ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ପାଇଁ ଡାକରା ଦିଆଯାଇଥିବା ବେଳେ ସମସ୍ତ ସଂଗ୍ରାମୀ ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରା:ପବାସୀଙ୍କୁ ଜରୁରୀ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ରହି କିଭଳି ରାଜସୁନାଖଳାକୁ ଏନ.ଏ.ସି ପାଇଁ ଦାବୀ ସମ୍ବନ୍ଧୀୟ ଆଲୋଚ୍ୟ ବିଷୟରେ ଭାଗ ନେବା ଓ ସ୍ୱାଭିମାନ ଫେରିପାଇବା ପାଇଁ ସଂଗ୍ରାମ ଜାରି ରଖିବା ପାଇଁ ରାଜସୁନାଖଳା ଗ୍ରା:ପ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ଓ ଆଇନଜୀବୀ ରାଜୀବ ଲୋଚନ ପ୍ରଧାନ ଡାକରା ଦେଇଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.