ରାଜନୀତି ବିଜ୍ଞାନ ବିଭାଗରେ ସ୍ୱାଗତ ସମାରୋହ ଅନୁଷ୍ଠିତ ।

0 204

କୋଦଳା,୨୨/୦୮(ପିପିଟି): ଶୁକ୍ରବାର ଦିବା ୧୦ ଘଟିକା ୩୦ ମିନଟ ସମୟରେ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଭାଗ ତରଫରୁ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ରାଜନୀତି ବିଭାଗ ର ବିଭାଗୀୟ ମୁଖ୍ୟ ରଘୁନାଥ ମୁଦୁଲି ଆଜିର ସଭାକୁ ଅଧ୍ୟକ୍ଷତା କରି ନୂତନ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜନୀତି ବିଭାଗର ଅଧ୍ୟାପକ ଲିପୁନ ମାଝୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପାଦେୟ ବାର୍ତା ଦେଇଥିଲେ । ଓଡ଼ିଆ ବିଭାଗୀୟ ମୁଖ୍ୟ ରଂଜୁବାଳା ନନ୍ଦ, ଇତିହାସ ବିଭୀଗୀୟ ମୁଖ୍ୟ ବିନୋଦ କୁମାର ମିଶ୍ର ଏବଂ ଅନ୍ତର୍ନିହିତ ଗୁଣାବଳୀ ବର୍ଧକ ସଂଯୋଜକ ସପନ କୁମାର ଦାଶ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରେରଣାକାତ୍ମକ ବକ୍ତବ୍ୟ ରଖିଥିଲେ । ରାଜନୀତି ବିଭାଗର ଅଧ୍ୟାପିକା ତପସ୍ୱିନୀ କରଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର କର୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ପ୍ରଦୀପ କୁମାର ନାହାକ ଓ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ଜ୍ୟୋତିପ୍ରଭା ସେଠୀ ସଂଯୋଜନା କରିଥିଲେ । ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ମନୀଷା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.