ରାଜଧାନୀରେ ଘୁମୁସର ଜିଲ୍ଲା ଦାବି ଜୋର ଧରିଲା ।

0 422

ଭଞ୍ଜନଗର, ୨୦/୦୭(ପିପିଟି):ଘୁମୁସର ଉନ୍ନୟନ ମଞ୍ଚର ଏକ ସାଧାରଣ ସଭା ଭୁବନେଶ୍ୱର ଜଳସେଚନ ଡାକବଙ୍ଗଳା ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉନ୍ନୟନ ମଞ୍ଚର ସଭାପତି ବାଲ୍ମୀକି ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଘୁମୁସର ବିକାଶ ପରିଷଦ ଭଞ୍ଜନଗରର ସଭାପତି ସୋମନାଥ ନାୟକ ସଭା ପରିଚାଳନା କରିଥିଲେ। ଦୁରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ କୁମାର ରଥ ମଞ୍ଚାସିନ ଥିଲେ। ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ, ଡକ୍ଟର ଶିବପ୍ରସାଦ ଅଧିକାରୀ, ଡକ୍ଟର ବାଳକୃଷ୍ଣ ପଣ୍ଡା, ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଲିଙ୍ଗରାଜ ଗୌଡ଼, ବରିଷ୍ଠ ସାମ୍ବାଦିକ ପତିତପାବନ ଆରୁଖ ବିଶିଷ୍ଟ ସମାଜସେବୀ ନବ କୁମାର ପୃଷ୍ଟି, ଡକ୍ଟର ତାରିଣୀ ପାତ୍ର, ବି. ଶାନ୍ତନୁ ପାତ୍ର, ପ୍ରକାଶ ଚନ୍ଦ୍ର ସାହୁ, ରବି ନାରାୟଣ ସାମନ୍ତ, ଗୋପାଳ ଲେଙ୍କା,ସୁଶାନ୍ତ ପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଘୁମୁସର ଜିଲ୍ଲା ଗଠନ ଦାବି ଉପରେ ସବିଶେଷ ଆଲୋଚନା ହୋଇଥିଲା। ରାଜ୍ୟ ବିଧାନ ସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି।ଏଥିସହ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏକ ଡାକ ଟିକଟ ପ୍ରଚଳନ ପାଇଁ ପୋଷ୍ଟ ମଷ୍ଟେର ଜେନେରାଲଙ୍କୁ ଅନୁରୋଧ କରି ଆଉ ଏକ ନିର୍ଦ୍ଧାରଣ ଗୃହୀତ ହୋଇଛି। ସଂଗଠନ କୁ ଦୃଢ଼ କରିବା ପାଇଁ କେତକ ସାଙ୍ଗଠନିକ ପରିବର୍ତ୍ତନ କରାଯାଇଛି। ସର୍ବଶେଷରେ ଲକ୍ଷ୍ମଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.