ଭଞ୍ଜନଗର, ୦୩/୧୧(ପିପିଟି ):ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ମୁଖ୍ୟ ରାସ୍ତା କଡରେ ଥିବା ପୋଖରୀରେ ବୁଡି ଜଣେ ନାବାଳକ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ଚିତ୍ତରଞ୍ଜନ ଦାସଙ୍କ ପୁଅ ରୁଦ୍ର ପ୍ରସାଦ ଦାସ (୧୨) । ପୋଲିସ ଶବକୁ ଜବତ କରି ଭଞ୍ଜନଗର ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସୂଚନାଯୋଗ୍ୟ ଯେ, ଆଜି ସକାଳେ ରୁଦ୍ର ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ଅସାବଧାନତା ବଶତଃ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ମୃତ ରୁଦ୍ରର ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ସ୍ବେଚ୍ଛାସେବୀ ସଙ୍ଗଠନ ରାଇଜିଙ୍ଗ ହ୍ୟାଣ୍ଡର ବି. ସୁଭମ ପାତ୍ର, ଅରୁଣାଦିତ୍ୟ ସ୍ୱାଇଁ,ଆଦିତ୍ୟ ଗୌଡ଼, ଶୁଭମ ନାୟକ,ସୋହନ ପ୍ରଧାନ, ବିଶ୍ୱନାଥ ଗୌଡ଼,ସୁମନ ପାତ୍ର, ଶୁଭମ ରଣା,ସୁରଜ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ରହି ବାଉଁଶ ଲୁଣ୍ଡି ସ୍ମଶାନ ଠାରେ ଶବ ଦାହ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)