ରଙ୍ଗେଇଲୁଣ୍ଡାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ।

0 259

ବ୍ରହ୍ମପୁର,୧୬/୦୨(ପିପିଟି): ଆଜି ଜିଲ୍ଲାପାଳ ଅବଂ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ଯୁଗ୍ମ ଶୁଣାଣୀ ଶିବିର ରଙ୍ଗେଇଲୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍, ଆରକ୍ଷୀ ଅଧୀକ୍ଷକ, ବ୍ରହ୍ମପୁର ଡା ଶ୍ରବଣା ବିବେକ ଏମ୍, ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ମୋଟ ୧୮୭ ଟି ଅଭିଯୋଗର ଶୁଣାଣୀ କରିଥିଲେ । ତା ମଧ୍ୟରୁ ୧୭୧ ଟି ବ୍ୟକ୍ତିଗତ ଓ ୧୩ଟି ସାମୁହିକ ଅଭିଯୋଗ ରହିଥିଲା ।

୩୦ ଟି ଅଭିଯୋଗର ସମାଧାନ ଶିବିରରେ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗଗୁଡିକର ତ୍ବରିତ୍ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୨ ଜଣ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଶିବିରରେ ୫ ଜଣ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ, ୧୬ ଜଣଙ୍କୁ ରାସନ କାର୍ଡ, ୮ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଜନସାଧାରଣ ଶିକ୍ଷା,କୃଷି, ସ୍ୱାସ୍ଥ୍ୟ, ଭତ୍ତା, ଖାଦ୍ୟ ସୁରକ୍ଷା ଓ ଧାନ କ୍ରୟ, ମନରେଗା, ଗୃହ ନିର୍ମାଣ,ଜୀବିକା ମିଶନ୍,ରାଜସ୍ବ,ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ।

ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ସ୍ଥାନୀୟ ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.