ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେଉଳି ରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ।

0 293

ବୋଲଗଡ଼,୦୩/୦୨(ପିପିଟି):ବୋଲଗଡ ବ୍ଲକର ସ୍ଥାନୀୟ ରଘୁନାଥ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଦେଉଳି ପ୍ରାଙ୍ଗଣରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପାର୍ଶ୍ଵବର୍ତ୍ତୀ ସାନପଦର ଗ୍ରାମର ବିଶିଷ୍ଟ କବି ଭକ୍ତ ଚରଣ ଦାସ, ଦେନେଇ ଦାସ୍ ଓ ପଣ୍ଡିତ ଶ୍ରୀଚନ୍ଦନ ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ପରେ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା। ଅଧ୍ୟାପକ ଉମାକାନ୍ତ ଓଝା, କେଦାରନାଥ ନାୟକ,ତ୍ରୀଲୋଚନ ସାହୁ, ସମୀର ଚନ୍ଦ୍ର ଦାସ, ପଦ୍ମାଳୟା ମହାରଣା ପ୍ରମୁଖ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଉପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ପ୍ରବନ୍ଧ ଇତ୍ଯାଦି ପ୍ରତିଯୋଗିତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରାମ ଚନ୍ଦ୍ର ଜେନା, ଭାଗବତ ଜେନା,ପ୍ରତାପ ଚନ୍ଦ୍ର ବେହେରା,ଅମୀୟ ବାଳା ନନ୍ଦ, ଚାରୁ ଲତା ନାୟକ, ଗାୟତ୍ରୀ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ଡ଼ଃ ତପନ କୁମାର ଜେନା ସଭାପତିତ୍ବ କରି ଥିଲେ। ସେହିପରି ବୋଲଗଡ଼ ଶିକ୍ଷା ଅନୁଷ୍ଠାନ ଓ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.