ସୁବର୍ଣ୍ଣପୁର ,୦୨/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବୀରମହାରାଜପୁର ବ୍ଲକ ବହଲପଦର୍ ଗ୍ରାମ ପଂଚାୟତ ବଡ଼ମାଳ ଗାଁ ର ପ୍ରସୂତି ମହିଳା ସୁଜାତା ପଧାନ ଙ୍କୁ ରକ୍ତ ଦାନ କରି ଜୀବନ ବଂଚାଇଲେ ରକ୍ତ ଦାତା ଦଧି ବାମନ ସାହୁ ।ସ୍ଥାନୀୟ ରକ୍ତ ଭଣ୍ଡାର ରେ ବର୍ତ୍ତମାନ ଦେଖା ଦେଇଥିବା ରକ୍ତ ର ସଙ୍କଟ ବେଳେ ଏଭଳି ଅସମୟରେ ପ୍ରଭୂ ଦଧି ବାମନ ରୂପରେ ହଠାତ୍ ରକ୍ତ ଦାନ କରିବାକୁ ପହଞ୍ଚି ଗଲେ ବୀରମହାରାଜପୁର ଅଞ୍ଚଳ ର ୨୮ ବର୍ଷୀୟ ଯୁବକ ଦଧିବାମନ ସାହୁ । ଯିଏ କି ଅନେକ ଥର O+ve ରକ୍ତ ଦାନ କରି ଶ୍ରୀ ସାହୁ ଅନେକ ରୋଗୀ ଙ୍କ ଜୀବନ ବଞ୍ଚାଇ ଛନ୍ତି । ଆଉ ଏ ମହତ ସେବା ର ସୁଯୋଗ ଓ ପ୍ରେରଣା ଲାଭ କରିଛନ୍ତି ରକ୍ତ ଆୟୋଜକ ତଥା ପୋଲିସ କର୍ମଚାରୀ ମନୋଜ ପଣ୍ଡା, ସୁଧାଂଶୁ ମେଣ୍ଡଲୀ, ନିମେଇଁ ଖଣ୍ଡଗିରି ଓ ଧନଞ୍ଜୟ ଭୋଇ ଙ୍କ ପାଇଁ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।ଏଭଳି ଗ୍ରୀଷ୍ମ ପ୍ରବାହ ରେ ରକ୍ତ ର ସଙ୍କଟ ବେଳେ ନୂତନ ଯୁବ ପୀଢ଼ି ରକ୍ତ ଦାନ କରିବାକୁ ଓ ରୋଗୀ ଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ସୁବର୍ଣ୍ଣପୁର ରକ୍ତ ଦାତା ସଂଘ ର ଜିଲ୍ଲା ସଭାପତି ମନୋଜ ପଣ୍ଡା ନିବେଦନ କରିଛନ୍ତି । ପ୍ରକାଶ ଥାଉ କି ଯେ ବିଗତ ଏସପି ଶ୍ରୀ ଅମରେଶ ପଣ୍ଡା ଙ୍କ କାର୍ଯ୍ଯ କାଳ ଭିତରେ ତାଙ୍କ ନେତୃତ୍ଵ ରେ ଶହ ଶହ ରକ୍ତ ଦାନ ଶିବିର ଆୟୋଜନ କରାଇବାରେ ଓ ଜିଲ୍ଲା ତଥା ପାଖ ପଡ଼ୋଶୀ ଜିଲ୍ଲା ରେ ରକ୍ତ ର ଅଭାବ ଦୂର କରିବାରେ ଉଲ୍ଲେଖନୀୟ ଅବଦାନ ଥିଲା ।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ