ରକ୍ତଦାନ କରି ଜନ୍ମଦିନ ପାଳିଲେ ସମାଜସେବୀ;୨୦ ତମ ରକ୍ତଦାନ କଲେ ସବ୍ୟସାଚୀ ।

0 201

ଧର୍ମଶାଳା,୨୦/୦୨(ପିପିଟି):ଆଜି କାଲିର ଯୁବ ସମାଜ ପ୍ରାୟତଃ ନିଜ ଜନ୍ମ ଦିନକୁ ବେଶ୍ ଧୁମଧାମରେ ପାଳନ କରିଥାଆନ୍ତି । ଏହି ସମୟରେ ସମାଜସେବୀ ସବ୍ୟସାଚୀ ସାହୁ କିନ୍ତୁ ନିଆରା ଢଙ୍ଗରେ ସମାଜକୁ ଏକ ସୁ ଵାର୍ତା ଦେଇ ନିଜ ଜନ୍ମଦିନ ପାଳନ କରିଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ବଡ଼କାଏମା ପଞ୍ଚାୟତ ଗୋଗଳ ଗ୍ରାମ ଲୋକନାଥ ସାହୁଙ୍କ ପୁଅ ସବ୍ୟସାଚୀ ସାହୁ ରକ୍ତଦାନ କରି ଜନ୍ମଦିନ ପାଳନ କରିଛନ୍ତି। ଶ୍ରୀ ସାହୁ ନିଜର ୨୯ ତମ ଜନ୍ମ ଦିବସରେ ଯାଜପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାର ରେ ସ୍ୱେଛା କୃତ ରକ୍ତଦାନ କରିଛନ୍ତି । ସାଙ୍ଗରେ ଉପସ୍ଥିତ ଥିଲେ ‘ମିଶନ୍ ଜ୍ୟୋତି ଟ୍ରଷ୍ଟ, ଓଡ଼ିଶା’ ର ପ୍ରତିଷ୍ଠାତା ଶ୍ରୀମତୀ ରଶ୍ମିଲତା ବଳ,ସମାଜସେବୀ ମେଘନାଦ ଜୀନା, ଅଶୋକ ଦାସ ଓ ଅନ୍ୟମାନେ। ଶ୍ରୀ ସାହୁ ରୋଗୀମାନଙ୍କ ଜରୁରୀ ଆବଶ୍ୟକ ବେଳେ ରକ୍ତଦାନ କରିବା ସହିତ ବିଭିନ୍ନ ସମୟରେ ରକ୍ତଦାନ କରିବା ପାଇଁ ଅନ୍ୟମାନଙ୍କୁ ଉତ୍ସାହ କରିଥାଆନ୍ତି। ଏହାକୁ ଲଗାଇ ସବ୍ୟସାଚୀ ସାହୁ ୨୦ ଥର ରକ୍ତଦାନ କଲେଣି । ଜୀବନ କାଳ ମଧ୍ୟରେ ଶ୍ରୀ ସାହୁ ୧୦୦ ଥରରୁ ଉର୍ଦ୍ଧ୍ବ ଥର ରକ୍ତଦାନ କରିବେ ବୋଲି ଲକ୍ଷ୍ୟ ରଖିଥିବା କହିଛନ୍ତି । ରକ୍ତ ଆବଶ୍ୟକର ଦୁଖଃ ଅତି ନିକଟରୁ ଦେଖି ଦେଖି ଜଣେ ରକ୍ତଦାତା ହୋଇଗଲେ। ସେ ବିଭିନ୍ନ ପ୍ରକାର ସାମାଜିକ ଅନୁଷ୍ଠାନ ସହ ସାମାଜିକ କାର୍ଯ୍ୟରେ ସଦାସର୍ବଦା ନିଜକୁ ନିୟୋଜିତ କରି ରଖନ୍ତି। ତତ ସହିତ ଅଞ୍ଚଳର ଜଣେ ଜଣାଶୁଣା ଚର୍ଚ୍ଚିତ ଟ୍ଵିଟର ଆକ୍ଟିଭିଷ୍ଟ ଭାବେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ଏଥି ସହ ବହୁ ସାମ୍ବାଦିକ,ସମାଜସେବୀ, ବୁଦ୍ଧିଜୀବୀ,ରାଜନେତା ଓ ସରକାରୀ ଅଧିକାରୀ ମାନେ ଶ୍ରୀ ସାହୁଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Leave A Reply

Your email address will not be published.