ବୋଲଗଡ଼,୨୧/୦୬(ପିପିଟି): ଯୋଗ ଭାରତର ଏକ ପ୍ରାଚୀନ ସଂସ୍କୃତି। ଏହା ମନ ଓ ଶରୀର କୁ ଶାନ୍ତି ରଖିଥାଏ । ବିଶ୍ୱକୁ ଆମର ଏହି ପ୍ରାଚୀନ କଳା ଓ ଏହାର ସୁଫଳ ସମ୍ପର୍କରେ ଅବଗତ କରାଇବା ପାଇଁ ଆଜି ବିଶ୍ୱ ପାଳନ କରୁଛି ଯୋଗ ଦିବସ।ପ୍ରାଚୀନ ସଂସ୍କୃତିର ଅମୂଲ୍ୟ ଉପହାର ହେଉଛି ଯୋଗ। ଏହାର ଉତ୍ପତ୍ତି ଭାରତରେ ହୋଇଥିବା ଅନୁମାନ କରାଯାଏ। ବିଶ୍ୱର କୋଣ ଅନୁକୋଣରେ ଯୋଗକୁ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସରେ ବିଶ୍ୱବ୍ୟାପୀ ଜୁନ୍ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘ ଅଧିବେଶନରେ ୨୦୧୪ ମସିହା ଡିସେମ୍ୱର ୧୧ ତାରିଖରେ ଏଥିପାଇଁ ସଂକଳ୍ପ ହୋଇଥିଲା।ଆନ୍ତର୍ଜାତିକ ଯୋଗ ଦିବସ ୨୦୧୫ ମସିହାରୁ ପାଳନ ହୋଇଆସୁଛି ଯୋଗ ଏକ ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ। ପ୍ରତିଦିନ ଯୋଗାଭ୍ୟାସ କରିବା ଦ୍ୱାରା ଆମର ମନ ଶାନ୍ତ ରହେ ଏବଂ ଶରୀରକୁ ଶକ୍ତି ମିଳେ। ସ୍ୱାସ୍ଥ୍ୟ ପାଇଁ ଯୋଗ ନିତାନ୍ତ ଆବଶ୍ୟକ। ଯୋଗ କରିବା ଦ୍ୱାରା ମଣିଷ ମାନସିକ ସ୍ତରରେ ସୁସ୍ଥ ରହିପାରିବ ବୋଲି ଯୋଗ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଯୋଗ ମନ ସହିତ ଶରୀରର ଏକ ସନ୍ତୁଳନ ରଖିବା ପାଇଁ ଏକ ଉତ୍ତମ ମାଧ୍ୟମ ଅଟେ।ମୋଟାମୋଟି କହିବାକୁ ଗଲେ ଯୋଗ ଶରୀର ସହ ମନର ସଂଯୋଗ, ସଂଜମ, କ୍ରିୟା, ପୂର୍ଣ୍ଣତା ଓ ପ୍ରକୃତି ସହ ସଙ୍ଗତି ଆଧାରରେ ଯୋଗ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ସରଳ ଉପଚାର ଅଟେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।