ଯୋଗ ଉତ୍ସବ ଆୟୋଜନ ନେଇ ମହାନ ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ।

0 229

ବ୍ରହ୍ମପୁର,୦୩/୦୪(ପିପିଟି):ଯୋଗ ହିଁ ଜୀବନ ଓ ଯୋଗାର ପ୍ରସାର ପ୍ରଚାର ନେଇ ସାରା ଭାରତରେ ଶହେ ଦିନ ଶହେ ସହରରେ ଯୋଗ ଉତ୍ସବ କାର୍ଯ୍ୟକ୍ରମ, କେନ୍ଦ୍ର ସରକାର ଆୟୁଷ ମନ୍ତ୍ରାଣଳୟ ତରଫରୁ ମୋରାଜିଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ପକ୍ଷରୁ ଆୟୋଜନ ଅବସରରେ ଆସନ୍ତା ୫ ଏପ୍ରିଲ ଦିନ ଗଞ୍ଜାମ ଜିଲ୍ଲା ଅଗ୍ରଣୀ ଅନୁଷ୍ଠାନ ମହାନ ସଙ୍ଘ ପକ୍ଷରୁ ରାଲବ ସଂକଳ୍ପ ବିଦ୍ୟାଳୟରେ ସକାଳ ସାତ ଟାରେ ଯୋଗ ଉତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ସଙ୍ଘ ହିଲପାଟଣା ସ୍ଥିତ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଯାଇଛି । ଛଅ ସହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଭିଵାବକଙ୍କୁ ନେଇ ଯୋଗ ପ୍ରଶିକ୍ଷଣ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସଙ୍ଘ ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସଞ୍ଜୟ ମାଝୀ, ପୁଷ୍ପାଞ୍ଜଳି ମହାପାତ୍ର, ନିବେଦିତା ପାଢ଼ୀ, ଅଲେଖ ଦାଶ, ପ୍ରଭାସିନୀ ପଣ୍ଡା,ଆଦିତ୍ୟ ରଥ,ଶ୍ରୀକାନ୍ତ ଚନ୍ଦ୍ର ସାବତ,ମନୋରଞ୍ଜନ ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.