ଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ଯାଇ ଭତ୍ତା ବଣ୍ଟନ କଲେ ବିଧାୟିକା ।

0 269

କୋଦଳା,୧୬/୦୮(ପିପିଟି):ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ବାର୍ଦ୍ଧକ୍ୟ,ବିଧବା ଓ ଦିବ୍ୟାଙ୍ଗ ଭତ୍ତା ବଣ୍ଟନ କରାଯାଇଛି। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ପ୍ରାୟ ପାଞ୍ଚ ଶହ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ଏହି ଭତ୍ତାକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବଣ୍ଟନ କରିଥିଲେ । ନିଜେ ହିତାଧିକାରୀଙ୍କ ନିକଟକୁ ଯାଇ ଭତ୍ତା ବଣ୍ଟନ କରିବା ସହ ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ମାସର ଭତ୍ତା ଟଙ୍କା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ରେ ବ୍ଳକ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶନୀ,ବ୍ଲକ ଅଧ୍ୟକ୍ଷ୍ୟା ରେଣୁ ଗୌଡ଼,ଜିଲ୍ଲା ପରିଷଦ ସଦସ୍ୟ ମଧୁମିତା ସାହୁ,ଏବିଡ଼ିଓ ନିରଞ୍ଜନ ବେହେରା, ଉପାଧ୍ୟକ୍ଷ ସୁଧାକର ପ୍ରଧାନ ଜିପିଓ ଅଶୋକ କୁମାର ଜେନା ଏବଂ ସମସ୍ତ ସରପଞ୍ଚ ସମିତି ସଭ୍ୟ/ସଭ୍ୟା ବ୍ଲକ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.