ମାଲକାନଗିରି ,୨୦/୦୩(ପିପିଟି) : କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି- ୭୯ ଠାରେ କିଛି ଯୁବଗୋଷ୍ଠୀ ପାଳିଲେ ପଖାଳ ଦିବସ।ମାଲକାନଗିରି ଜିଲ୍ଲା ରେ ବହୁ ଭାଷା ଭାଷୀ ଲୋକ ବାସ କରୁଥିଲେ ମଧ୍ୟ ଆଜି ସମସ୍ତେ ଏକତ୍ରିତ ହୋଇ ଓଡ଼ିଆମାନଙ୍କ ଅତି ପ୍ରିୟ ପଖାଳ ଦିବସକୁ ମଇ ୨୦ ତାରିଖରେ ପଖାଳ ଦିବସକୁ ପାଳନ କରିଥାନ୍ତି।ପ୍ରତି ଦିନ ସକାଳେ ପଖାଳ ଖାଇବା ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ହୋଇଥିଲେ ମଧ୍ୟ ଗ୍ରୀଷ୍ମ ଋତୁରେ ସକାଳେ ଓ ମଧ୍ୟାହ୍ନରେ ପଖାଳ ଭାତ ଖିଆଯାଏ । ଗ୍ରୀଷ୍ମ ଦିନେ ପେଟ ଥଣ୍ଡା ରହିବା ପାଇଁ ଧନୀ ଠାରୁ ଗରିବ ପର୍ଯ୍ଯନ୍ତ ସମସ୍ତେ ପଖାଳ ଖାଇବାକୁ ଆଗ୍ରହ ପ୍ରକାଶ କରନ୍ତି । ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପ୍ରଥା ପରମ୍ପରା ,ଚାଲି ଚଳଣି, ରୀତି ନୀତି ବଳି ପଡ଼ିଥିଲେ ମଧ୍ଯ ପଖାଳ ଖାଦ୍ୟ ତା’ର ଅସ୍ତିତ୍ବ ହରାଇ ନାହିଁ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଗ୍ରୀଷ୍ମ ଋତୁକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱବ୍ୟାପୀ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ। ପ୍ରଥମେ ୨୦୧୧ ମସିହା ମାର୍ଚ୍ଚ ୨୦ ତାରିଖକୁ ‘ପାଖଳ ଦିବସ’ ଭାବେ ପାଳନ କରାଯାଇଥିଲା। ଏହି ପରମ୍ପରାରକୁ ସ୍ମରଣ କରିବା ପାଇଁ ଏମଭି- ୭୯ ଗ୍ରାମର ଯୁବ ଗୋଷ୍ଠୀ ଏକତ୍ର ହୋଇ ପଖାଳ ଦିବସକୁ ଅତି ଆଗ୍ରହ ସହକାରେ ପାଳନ କରିଛନ୍ତି l ସ୍ଥାନୀୟ ଯୁବ ଗୋଷ୍ଠୀ କହିବା ଅନୁସାରେ ପ୍ରତି ବର୍ଷ ଏହି ପଖାଳ ଦିବସ ପାଳନ କରିବେ । ଆଧୁନିକର ଚାକଚକ୍ଯରେ କିଛି ଯୁବକମାନେ ପଖାଳ ଭାତକୁ ପାସୋରି ଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ଅସହ୍ୟ ଖରା ଓ ଅଂଶୁଘାତ ଜନିତ ସମସ୍ୟାରୁ ନିଜକୁ ସୁରକ୍ଷିତ କରିବା ପାଇଁ ସମସ୍ତେ ପୁଣି ପଖାଳ ଖାଇବାର ସ୍ବାସ୍ଥ୍ୟ ପ୍ରଦ ମନେ କରନ୍ତି । ପଖାଳ ବିଭିନ୍ନ ପ୍ରକାର ପ୍ରସ୍ତୁତ କରାଯାଇଥାଏ । ବାସି ପଖାଳ, ଚାଇଁ ପଖାଳ ଓ ସଜ ପଖାଳ। କିଏ ଭାତରେ ପାଣି ,ବାସି ତୋରାଣି ଦେଇ ସେଥିରେ ଦହି, ଲେମ୍ବୁପତ୍ର, ସୋରିଷ ଲଙ୍କା ଛୁଙ୍କ କରି ପ୍ରସ୍ତୁତ କରିଥାଏ ପଖାଳ। ପୁଣି ପଖାଳ ସହିତ ବିଭିନ୍ନ ପ୍ରକାରର ଚଟଣି ଲୋକେ ଖାଇଥା’ନ୍ତି। ଧନିଆ, ନଡ଼ିଆ, ପୁଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି,ଆମ୍ବୁଲ ସମେତ ସୁନୁସୁନିଆ, ଲେଉଟିଆ, ସଜନା, କଳମ ଆଦି ବିଭିନ୍ନ ପ୍ରକାରର ଶାଗଭଜା, ବିଭିନ୍ନ ପ୍ରକାର ଆଚାର ପଖାଳର ସ୍ବାଦକୁ ବହୁଗୁଣିତ କରିଦିଏ।ବିଭିନ୍ନ ଅଞ୍ଚଳର ଲୋକ ଭିନ୍ନ ଭିନ୍ନ ପ୍ରକାର ପନିପରିବା ଭଜା,ମାଛ ଭଜା ,ଶୁଖୁଆ ଭଜା କରି ପଖାଳ ସହିତ ଖାଇଥାନ୍ତି।ଆଜିର ଏହି ପଖାଳ ଦିବସରେ ଆଶିଷ କୁମାର ବାଇନ ଓ ସଂଜୀବ ହାଲଦାର, ମାନସ ରଞ୍ଜନ ଜେନା , ଆମିତ କୁମାର ମଣ୍ଡଳ, ପ୍ରଭାତ ସାହା,ସୂରଜ ମଣ୍ଡଳ, ବିକି ବାରିକ, ଚିରଞ୍ଜିତ ବାଳା, ରାକେଶ ମଣ୍ଡଳ ,ଆଲୋକ, ପ୍ରଭାତ ସାହା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)