ଯୁବ ଓଡ଼ିଶା, ନବୀନ ଓଡ଼ିଶା ଉଦଯାପନୀ ଉତ୍ସବ; ନୂଆ-ଓ ପ୍ରତିଭା ବିକାଶ ପାଇଁ ଶ୍ରେଷ୍ଠ ପ୍ଲାଟଫର୍ମ; ଅଧ୍ୟକ୍ଷ ।

0 110

ଭଞ୍ଜନଗର, ୩୦/୧୨ (ପିପିଟି): ଭଞ୍ଜନଗର ବ୍ଲକ ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ନୂଆ-ଓ ଅନ୍ତର୍ଗତ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି।ଏଥିରେ କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ୫୨ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟଲତା ସେଠୀ, ମୁଖ୍ୟ ବକ୍ତା ବ୍ଲକ ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ, ସମ୍ମାନିତ ଅତିଥିଭାବେ ପରିଚାଳନା କମିଟିର ସଭାପତି ଡ଼. ରବୀନ୍ଦ୍ର ନାଥ ପାଳ,ସ୍ଥାନୀୟ ସରପଞ୍ଚ ସୁମିତ୍ରା ଗୌଡ଼,ସମାଜସେବା ଶଙ୍କର୍ଷଣ ମହାରଥା,ଅଧ୍ୟାପକ ରଙ୍କ ନିଧି ପ୍ରଧାନ,ମୁକେଶ କୁମାର ସାହୁ,ନୋଡ଼ାଲ ଅଫିସର ଦୁର୍ଗା ମାଧବ ଦାସ ଯୋଗ ଦେଇଥିଲେ।ଛାତ୍ରୀ ସଙ୍ଗିତା ଗୌଡ଼ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବିକାଶ କରିବା ପାଇଁ ରାଜ୍ୟ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହା ବେଶ ପ୍ରଶଂସନୀୟ।ଶିକ୍ଷା ସହ ସବୁ କ୍ଷେତ୍ରରେ କିଭଳି ଛାତ୍ରଛାତ୍ରୀ ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରିବେ ସେଥିପାଇଁ ନୂଆ-ଓ ଶ୍ରେଷ୍ଠ ପ୍ଲାଟଫର୍ମ ବୋଲି ଅତିଥିମାନେ କହିଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ବିରୂପାକ୍ଷ ସାହୁ, ବଙ୍ଗାଳି ଓ ଅନ୍ୟମାନେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.