ପୋଲସରା ,୨୩/୦୫(ପିପିଟି): ପୋଲସରା ବିଜ୍ଞାନ କଲେଜର ଛାତ୍ର ସାଗର ହୋତା ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ମୋଟ୍ ୬୦୦ ନମ୍ବର ମଧ୍ୟରୁ ୫୨୨ ନମ୍ବର ରଖି ବ୍ଲକ୍ ଟପ୍ପର ଏବଂ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଛାତ୍ରୀ ବନ୍ଦନା ପାଣି ଯୁକ୍ତ ଦୁଇ କଳାରେ ୫୩୦ ନମ୍ବର ରଖି ବ୍ଲକ୍ ଟପ୍ପର ହୋଇଛନ୍ତି। ଉଭୟଙ୍କ ଶିକ୍ଷା କ୍ଷେତ୍ରରେ ସଫଳତାକୁ ନେଇ ପୋଲସରା ଅଞ୍ଚଳର ଏକମାତ୍ର ସ୍ବାମୀ ବିବେକାନନ୍ଦ ଯୁବକ ସଂଘ ତରଫରୁ ସେମାନଙ୍କ ବାସଗୃହକୁ ଯାଇ ପରିବାର ଲୋକଙ୍କ ଉପସ୍ଥିତିରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହିତ ସ୍ବାମୀ ବିବେକାନନ୍ଦଙ୍କ ଫଟୋଚିତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ଉଭୟଙ୍କ ଆଗାମୀ ଭବିଷ୍ୟତକୁ ଉଜ୍ଜ୍ୱଳ ସକାଶେ ଶୁଭକାମନା କରାଯାଇଛି। ଆଗାମୀ ଭବିଷ୍ୟତକୁ ପଚରା ଯାଇଥିବା ପ୍ରଶ୍ନରେ ଛାତ୍ର ସାଗର ଇଂଜିନିୟର ଏଵଂ ଛାତ୍ରୀ ବନ୍ଦନା ଭାରତୀୟ ପ୍ରଶାସନିକ କ୍ଷେତ୍ରରେ ଦେଶର ସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟଯେ, ଶତକଡା ୮୭ ପରସେଣ୍ଟ ମାର୍କ ରଖି କୃତିତ୍ୱ ଛାତ୍ର ସାଗରଙ୍କ ଘର ଏହି ପୋଲସରା ବ୍ଲକ୍ ଖଣ୍ଡରୁ ଗ୍ରାମ ପଞ୍ଚାୟତ ଚଢ଼ିଆପଡ଼ା କୃଷ୍ଣଶରଣ ଦାସ ପୁର ଶାସନ ରହିଥିବାବେଳେ ଛାତ୍ରୀ ବନ୍ଦନାଙ୍କ ଘର ଏହି ବ୍ଲକ୍ ନୀମିନା ଗ୍ରାମ ପଞ୍ଚାୟତ ନିମୀନା ଗ୍ରାମ ଅଟେ। ଉଭୟଙ୍କ ବାପା ବ୍ରାହ୍ମଣ
କର୍ମ କରି ପରିବାର ପୋଷଣ କରି ଆସୁଛନ୍ତି। ଏହି ଉତ୍ସାହିତ କାର୍ଯ୍ୟରେ ସଂଘର ନାରାୟଣ ସାହୁ, ନିରଞ୍ଜନ ସାହୁ, ଅଧ୍ୟାପକ ଦେବାଶିଷ ସ୍ୱାଇଁ ଓ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା